ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଟେନିସ୍ ମୈଦାନକୁ ଫେରିଛନ୍ତି ଟେନିସ୍ କୁଇନ୍ ସାନିଆ ମିର୍ଜା । ସେ ମ୍ୟାଚ୍ ରେ ସର୍ବଦା ଭଲ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟରେ ରାଜ୍ କରିଥାନ୍ତି । ମାତ୍ର ମା’ ହେବା ପରେ ସେ ପ୍ରଥମ ଥର ମ୍ୟାଚ୍ ଖେଳୁଛନ୍ତି । ହୋବର୍ଟ ଇଂଟରନାସନାଲ ମହିଳା ଯୁଗଳ ସେମିଫାନାଲରେ ପ୍ରବେଶ କରିଛନ୍ତି ସାନିଆ ।
ମିଡିଆ ରିପୋର୍ଟ ମୁତାବକ, କୁହାଯାଉଛି କି ସାନିଆ ତାଙ୍କର ୟୁକ୍ରେନ୍ ର ଯୋଡିଦାର ନାଦିୟା କିଚେନୋକଙ୍କ ିସହିତ କ୍ୱାଟର ଫାଇନାଲରେ ମ୍ୟାକହାଲେ ଏବଂ ବାନିୟା କିଙ୍ଗଙ୍କ ଆମେରିକୀୟ ଯୋଡିକୁ ୬-୨, ୪-୬, ୧୦-୪ ରେ ହରାଇଛନ୍ତି ।
ପ୍ରଥମେ ସରଳତାର ସହ ସାନିଆ ଏବଂ ତାଙ୍କ ସାଥୀ ୬-୨ ରେ ଜିତିଥିଲେ । କିନ୍ତୁ ପୁର୍ନବାର ଆମେରିକୀୟ ମହିଳା ଯୋଡି ୬-୪ ରେ ଅଗାମୀ ସେଟ୍ ନିଜ ନାଁରେ କରିଥିଲେ । ମାତ୍ର ସାନିଆ-ନାଦିଆ ପୁନର୍ବାର ଜିତିବା ସହ ସେମିଫାଇନାଲରେ ପ୍ରବେଶ କରିଥିଲେ ।