ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ସେଲିବ୍ରେଟିଙ୍କ ପାଇଁ ଡ୍ରେସ ଚେଞ୍ଜ କଲା ଭଳି ଜୀବନ ସାଥୀ ଚେଞ୍ଜ କରିବା ଏକ ପୁରୁଣା ଅଭ୍ୟାସ । ଏଭଳି ଅଭ୍ୟାସ ବହୁ ବଲିଉଡ ଷ୍ଟାର ଏବଂ କ୍ରିକେଟର ପୂର୍ବରୁ କରିଥିବାର ନଜିର ରହିଛି । ତେବେ ଏଭଳି ଏକ ଘଟଣା ପୁଣିଥରେ ଘଟିବାକୁ ଯାଉଛି । ନିଜେ ସେଲିବ୍ରେଟି ନହୋଇଥିଲେ ସୁଦ୍ଧା ବାପା ଏବଂ ଭଉଣୀଙ୍କ ନାମରେ ଲୋକଙ୍କ ଆଗରେ ଚିହ୍ନା ହୋଇଥିବା ଦୁଇଜଣ ସେଲିବ୍ରେଟିଙ୍କ ସମ୍ପର୍କୀୟ ବିବାହ କରିବା ପାଇଁ ଯାଉଛନ୍ତି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ଆଝାର ଉଦ୍ଧିନଙ୍କ ପୁଅ ଅସଦ ଏବଂ ଟେନିସ ତାରକା ସାନିଆ ମିର୍ଜାଙ୍କ ସନ ଭଉଣୀ ଆନମ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଅସଦଙ୍କର ଏହା ଦ୍ୱୀତିୟ ବିବାହ ।
ଅସଦ ୨୦୧୬ ମସିହାରେ ଆକବର ରସିଦଙ୍କୁ ହାଇଦ୍ରାବାଦରେ ବିବାହ କରିଥିଲେ । କିନ୍ତୁ ଦୁଇ ବର୍ଷ ସାଥୀ ହୋଇ ରହିବା ପରେ ଏବେ ସେମାନଙ୍କର ଛାଡପତ୍ର ହୋଇଯାଇଛି । ଏହାପରେ ଅସଦ ସାନିଆ ମିର୍ଜାଙ୍କ ୨୫ ବର୍ଷିଆ ସୁନ୍ଦରୀ ସାନ ଭଉଣୀ ଆନମଙ୍କ ପ୍ରେମରେ ପଡିଯାଇଛନ୍ତି । ଆନମ ମଧ୍ୟ ଏହାକୁ ଗ୍ରୀନ ସିଗନାଲ ଦେଇଦେଇଛନ୍ତି । ଏଣୁ ଦୁଇ ଜଣଙ୍କର ପ୍ରେମ ଗାଡି ଜୋରସୋରରେ ଗଢ଼ିବାରେ ଲାଗିଛି । ଚଳିତ ବର୍ଷ ଶେଷ ଆଡକୁ ଉଭୟ ବିବାହ କରିବେ ବୋଲି ଶୁଣିବାକୁ ମିଳୁଛି । ଉଭୟ ଦୁବାଇରେ ସପିଂରେ ଏବେ ବ୍ୟସ୍ତ ଅଛନ୍ତି । ଉଭୟ ନିଜର ଟ୍ୱିଟର ଆକାଉଣ୍ଟରେ ନିଜର ଫଟୋ ମଧ୍ୟ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି ।