ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲ ସଂସ୍କରଣର ଶନିବାର ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ । ପ୍ରଥମ ମ୍ୟାଚରେ ମୁମ୍ବାଇ ଘରୋଇ ପରିବେଶରେ ରାଜସ୍ଥାନକୁ ଭେଟିବା ପାଇଁ ଯାଉଛି । ଦ୍ୱିତୀୟ ମ୍ୟାଚରେ ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ ଅନୁଷ୍ଠିତ ହେବ । ବାଙ୍ଗାଲୋର ୬ଟି ମ୍ୟାଚ ଖେଳିଥିଲେ ସୁଦ୍ଧା ଗୋଟିଏ ବି ବିଜୟ ହୋଇନାହିଁ । ଆଜିର ମ୍ୟାଚରେ ବିଜୟ ଅଭିଯାନ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ ବାଙ୍ଗାଲୋର । ଦଳର ବ୍ୟାଟିଂ ଲାଇନ ଭଲଥିଲେ ସୁଦ୍ଧା ବୋଲରଙ୍କ ଅଭାବ ରହିଛି ବାଙ୍ଗାଲୋର ଟିମରେ ।
ପ୍ରଥମ ମ୍ୟାଚରେ ମୁମ୍ବାଇ ଏବଂ ରାଜସ୍ଥାନ ମଧ୍ୟରେ ଅନୁଷ୍ଠିତ ହେବ । ଏହି ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ରାଜସ୍ଥାନ ୬ଟି ମ୍ୟାଚ ଖେଳିଥିଲେ ସୁଦ୍ଧା ମାତ୍ର ଗୋଟିଏ ମ୍ୟାଚ ଜିତିଛି । ମୁମ୍ବାଇ ୬ଟି ମ୍ୟାଚ ଖେଳି ୪ଟି ବିଜୟ ହୋଇଛି । ଯଦି ଆଜିର ମ୍ୟାଚର ମୁମ୍ବାଇ ଜିତେ ତେବେ ଦଳ ଦ୍ୱିତୀୟ ସ୍ଥାନକୁ ଆସିବ । କୋଲକାତା ୭ଟି ମ୍ୟାଚରୁ ୪ଟି ବିଜୟ ହୋଇ ଦୁଇ ନମ୍ବର ସ୍ଥାନରେ ରହିଛି ।
ମୁମ୍ବାଇ ପ୍ରଥମରୁ ହାରିଥିଲେ ସୁଦ୍ଧା ପରେ ବିଜୟ ହୋଇ ଦଳ ଭଲ ପରିସ୍ଥିତିରେ ରହିଛି । ରାଜସ୍ଥାନ ଦଳ ଭଲ ଫର୍ମରେ ରହିଥିଲେ ସୁଦ୍ଧା ଶେଷ ସମୟରେ ଭାଗ୍ୟ ଖରାପ ପାଇଁ ହାରିଛି ଦଳ । କିନ୍ତୁ ଆଜିର ମ୍ୟାଚରେ ବିଜୟ ହୋଇ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ରାଜସ୍ଥାନ ।
ପଞ୍ଜାବ ଏବଂ ବାଙ୍ଗାଲୋର ମ୍ୟାଚଟି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି । କୋହଲି ବାହିନୀ ପାଇଁ ଆଜି କର ବା ମର ପରିସ୍ଥିତି ରହିଛି । ଏଣୁ ଦଳର ଖେଳାଳିମାନେ ବୁଝିଶୁଝି ଖେଳିବା ପାଇଁ ଚେଷ୍ଟା କରିବେ । ପଞ୍ଜାବ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି । ଆଜିର ମ୍ୟାଚଟି ବିଜୟ ହେଲେ ପଞ୍ଜାବ ଉପରକୁ ଉଠିବ