ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ କୁ ନେଇ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦ୍ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ କହିବାନୁଯାୟୀ ବର୍ତ୍ତମାନ ପାକିସ୍ତାନ ଦଳର ଅଧିନାୟକ ସରଫାରଜଙ୍କ ଅଧ୍ୟକ୍ଷତାରେ ଥିବା ଦଳ ମଧ୍ୟରେ ଆଇସିସି ବିଶ୍ୱକପ ୨୦୧୯ ଜିତିବାର ଦକ୍ଷତା ରହିଛି ।
ବିଶ୍ୱକପର ପ୍ରଥମ ମ୍ୟାଚ୍ ରେ ପାକିସ୍ତାନକୁ ୱେଷ୍ଟଇଣ୍ଡିଜ୍ ଠାରୁ ହାରିବାର ସାମ୍ନା କରିବାକୁ ପଡିଥିଲା । ଏଥିରେ ୧୦୫ ରନ୍ ରେ ପାକିସ୍ତାନକୁ ୱେଷ୍ଟଇଣ୍ଡିଜ୍ ଅଲଆଉଟ୍ କରିଥିଲା ।
ଏହାପରେ ଆଫ୍ରିଦ୍ ଟ୍ୱିଟ୍ ର ମାଧ୍ୟମରେ ଦଳର ଆତ୍ମ ବିଶ୍ୱାସକୁ ବଢାଇବା ପାଇଁ ଅପିଲ କରିଛନ୍ତି ଏବଂ ଆଗାମୀ ମ୍ୟାଚ୍ ପାଇଁ ଶୁଭ ଆଶଙ୍କା ଜତାଇଥିଲେ ।
ସୋମବାର ଆଫ୍ରିଦ୍ ଟ୍ୱିଟ୍ କରି କହିଥିଲେ କି , ‘ ମୋତେ ମୋ ଦଳ ଏବଂ ତାଙ୍କ ଦକ୍ଷତା ଉପରେ ସମ୍ପୂର୍ଣ୍ଣ ଭରଷା ରହିଛି କି ସେମାନେ ବିଶ୍ୱକପରେ ବିଜୟୀ ହେବ । ବିଶ୍ୱକପ ପାଇଁ ସରଫାରଜ ସମେତ ସମ୍ପୂର୍ଣ୍ଣ ଟିମ୍ କୁ ମୁଁ ଶୁଭକାମନା ଜଣାଉଛି ।’
I’m fully confident in our team and their capabilities & truly believe they can go on to win this World Cup. Wishing the best of luck to our boys including @SarfarazA_54. Early games are crucial in building up confidence & momentum; we should strive for a win against England 2day
— Shahid Afridi (@SAfridiOfficial) June 3, 2019
ଏହାପରେ ବିଶ୍ୱକପ ୨୦୧୯ ର ଷଷ୍ଠ ପର୍ଯ୍ୟୟରେ ପାକିସ୍ତାନ ତାର ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡକୁ ୧୪ ରନ୍ ରେ ହରାଇ ବିଜୟୀ ହୋଇଥିଲା ।