ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ ଟିମ୍ ର ପୂର୍ବତନ ଅଧିନାୟକ ତଥା ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସୁରକ୍ଷା ବଢାଇବାର ନିଷ୍ପତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର । ଗାଙ୍ଗୁଲି ଙ୍କୁ ଏବେ ଜେଡ୍ ଶ୍ରେଣୀ ସୁରକ୍ଷା ପ୍ରଦାନ କରାଯିବ । ଏହା ପୂର୍ବରୁ ତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଦିଆଯାଉଥିଲା ।
ନୂତନ ସୁରକ୍ଷା ଅନୁଯାୟୀ ଗାଙ୍ଗୁଲିଙ୍କ ସୁରକ୍ଷାରେ ଏବେ ୮ ରୁ ୧୦ ଜଣ ପୋଲିସ ନିୟୋଜିତ ରହିବେ । ପୂର୍ବରୁ ୱାଇ ଶ୍ରେଣୀରେ ୩ ଜଣ ପୋଲିସ ନିୟୋଜିତ ଥିଲେ ।
ସୂଚନାଯୋଗ୍ୟ, ସୌରଭ ଗାଙ୍ଗୁଲିଙ୍କ ୱାଇ ଶ୍ରେଣୀ ସୁରକ୍ଷାର ଅବଧି ଶେଷ ହେବା ପରେ ମଙ୍ଗଳବାର ସୁରକ୍ଷାକୁ ବଢାଇବାର ନିଷ୍ପତି ନେଇଛନ୍ତି ସରକାର ।