ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଗତକାଲି ଆୟୋଜିତ ହୋଇଥିବା ଦୁଇ ପୃଥକ ପୃଥକ ମ୍ୟାଚରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛନ୍ତି । ପ୍ରଥମ ମ୍ୟାଚଟି ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚଟି ଆଫଗାନିସ୍ତାନକୁ ଭେଟିଥିଲା ଦକ୍ଷିଣ ଆଫ୍ରିକା । ଗତକାଲି ବିଜୟ ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପରେ ପ୍ରଥମ ବିଜୟ ହାସଲ କରିଛି ।
ଅଷ୍ଟ୍ରେଲିଆ ଏବଂ ଶ୍ରୀଲଙ୍କା ମ୍ୟାଚଟି ରୋମାଞ୍ଚକ ହୋଇଥିଲା । କଙ୍ଗାରୁ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭର ମଧ୍ୟରେ ୩୩୪ର ବଡ ପାହାଡ ସ୍କୋର କରିଥିଲା । ଦଳର ଅଧିନାୟକ ଫିଞ୍ଚଙ୍କ ଶତକ ଏବଂ ସ୍ମିଥଙ୍କ ଅର୍ଦ୍ଧଶତକୀୟ ପାଳି ଖେଳିଥିଲା । ୩୩୫ର ବିଶାଳ ସ୍କୋରକୁ ପାର କରିବାକୁ ଯାଇ ଶ୍ରୀଲଙ୍କା ୨୪୭ରେ ଆଣ୍ଠେଇଥିଲା । ଶ୍ରୀଲଙ୍କାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ପରବର୍ତ୍ତୀ ଖେଳାଳିମାନେ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଥିଲେ ।
ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ପ୍ରଥମ ବିଜୟ ହାସଲ କରିଛି । ଦଳ ୩ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି । ମ୍ୟାଚ ବିଜୟୀ ହେବା ପରେ ପୁଣିଥରେ ସିରିଜକୁ ଫେରିଛି ଦକ୍ଷିଣ ଆଫ୍ରିକା । ଆଫାଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୨୫ ରନ କରିଥିଲା । ଦଳର ଜଣେ ବି ଖେଳାଳି ଅର୍ଦ୍ଧଶତକ ମଧ୍ୟ କରି ନାହାଁନ୍ତି । ସ୍ପିନର ତାହିରଙ୍କ ୪ ୱିକେଟ ଅକ୍ତିଆର କରିଥିଲେ । ୧୨୬ ରନର ସହଜ ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା ।