ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପରେ ଆଜି ଇଂଲଣ୍ଡକୁ ଭେଟିବ ଶ୍ରୀଲଙ୍କା । ଇଂଲଣ୍ଡ ଯଦି ଆଜି ମ୍ୟାଚ ଜିତେ ତେବେ ଦଳ ପୁଣିଥରେ ଏକ ନମ୍ବର ସ୍ଥାନକୁ ଯିବ । ଅଷ୍ଟ୍ରେଲିଆ ୧୦ ପଏଣ୍ଟ ପାଇ ଟେବୁଲର ଟପରେ ରହିଛି । ଇଂଲଣ୍ଡ ୫ଟି ମ୍ୟାଚରୁ ୪ଟି ବିଜୟ ହୋଇ ତୃତୀୟ ସ୍ଥାନରେ ରହିଛି । ଦଳ କେବଳ ପାକିସ୍ତାନ ଠାରୁ ହାରିଛି । ବାକି ଖେଳିଥିବା ମ୍ୟାଚ ଗୁଡିକ ବିଜୟ ହୋଇଛି ଇଂଲଣ୍ଡ ।
ଶ୍ରୀଲଙ୍କା ଚଳିତ ବିଶ୍ୱକପରେ ୫ଟି ମ୍ୟାଚରୁ ଗୋଟିଏ ମ୍ୟାଚ ଜିତିଥିବା ବେଳେ ୨ଟି ମ୍ୟାଚ ବାତିଲ ହୋଇଛି । ଦଳ ୫ଟି ମ୍ୟାଚରୁ ୪ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ରହିଛି । ଦଳ ଆଫଗାନିସ୍ତାନଠାରୁ ଜିତିଥିବା ବେଳେ ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ ହୋଇଛି । ତେବେ ଦଳ ଆଜି ଆୟୋଜକ ଇଂଲଣ୍ଡକୁ ହରାଇ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ।
ଆଜିର ମ୍ୟାଚରେ ଇଂଲଣ୍ଡ ପଲ୍ଲା ଭାରି ରହିବ । ଘରୋଇ ପରିବେଶରେ ଇଂଲଣ୍ଡ ଖେଳୁଥିବାରୁ ଦଳକୁ ପିଚ ସୁହାଇବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ କ୍ରିକେଟ ଏକ ଅନିଶ୍ଚିତ ଖେଳ ହୋଇଥିବାରୁ କେତେବେଳେ କଣ ହେବ ତାହା ଜଣା ନଥାଏ । ଗୋଟିଏ ଖେଳାଳି ଲାଗିଗଲେ ମ୍ୟାଚ ମଧ୍ୟ ହାତକୁ ପଳାଇ ଆସିଥାଏ । ତେବେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।