ଜୟପୁର (ଏଟିଆର ବ୍ୟୁରୋ); ଆଇପିଏଲ ଅବସରରେ ଆୟୋଜିତ ହୋଇଥିବା ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫିରେ ଟାଇଟଲ ହାସଲ କରିଛି ସୁପରନୋଭାସ । ଶେଷ ବଲରେ ରୋମାଞ୍ଚକ ବିଜୟ ହାସଲ କରିଛି ଦଳ । ଦଳ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି ଅଧିନାୟିକ ହରମନପ୍ରିତ କୌର । ସେ ୩୭ଟି ବଲରୁ ୫୧ ରନ କରିଥିଲେ । ଏହି ସ୍କୋର ଭିତରେ ୪ଟି ଚୌକା ଏବଂ ୩ଟି ବିଶାଳ ଛକା ରହିଛି । ଭଲଭୋସିଟିକୁ ୪ ୱିକେଟରେ ପରାସ୍ତ କରିଛି ସୁପରୋଭାସ ।
ସୁପରନୋଭାସ୍ ଟସ୍ ଜିତି ଭେଲୋସିଟିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭୋଲୋସିଟି ମାତ୍ର ୧ ରନ୍ରେ ୨ ଏବଂ ୧୪ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଅଭିଜ୍ଞ ଅଧିନାୟିକା ମିତାଲି ରାଜ୍ (୧୨) ମଧ୍ୟ ନିରାଶ କରିଥିଲେ। ତେବେ ସୁଷମା ବର୍ମା (୪୦ଞ୍ଚ ରନ୍, ୩୨ ବଲ୍, ୩ ଚୌକା, ୧ ଛକା)ଙ୍କ ଦ୍ରୁତ ୪୦ ଏବଂ ଆମେଲିଆ କେରଙ୍କ ଉପଯୋଗୀ ୩୬ (୩୮ବଲ୍, ୪ ଚୌକା) ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିନେଇଥିଲା।
୧୨୨ ରନ୍ର ବିଜୟ ଲକ୍ଷ୍ୟକୁ ସୁପରନୋଭାସ୍ ଉତ୍କଣ୍ଠାପୂର୍ଣ୍ଣ ଭାବେ ଶେଷ ବଲ୍ରେ ହାସଲ କରି ନେଇଥିଲା। ଶନିବାର ସୁପରନୋଭାସ୍ ଏକଦା ୫ ୱିକେଟ୍ ବିନିମୟରେ ୧୧୫ ରନ୍ କରି ଦୃଢ଼ ସ୍ଥିତିରେ ଥିଲା। ଶେଷ ଓଭରରୁ ବିଜୟ ପାଇଁ ଏହି ଦଳକୁ ମାତ୍ର ୭ ରନ୍ର ଦରକାର ଥିଲା। ହେଲେ ଭେଲୋସିଟି ସ୍ପିନର ଆମେଲିଆ କେର୍ ପ୍ରଥମ ୪ ବଲ୍ରେ ମାତ୍ର ୪ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିବା ପରେ ମ୍ୟାଚ୍ରେ ରୋମାଞ୍ଚ ଭରି ଯାଇଥିଲା। ଫଳରେ ଶେଷ ଦୁଇ ବଲ୍ରୁ ଭେଲୋସିଟିକୁ ବିଜୟ ପାଇଁ ୩ ରନ୍ କରିବାର ଥିଲା। ପଞ୍ଚମ ବଲ୍ରେ ୨ ରନ୍ ନେଇଥିବା ରାଧା ଯାଦବ ଶେଷ ବଲ୍କୁ ଚୌକା ମାରି ସୁପରନୋଭାସକୁ ଟ୍ରଫି ଉପହାର ଦେଇଥିଲେ।