ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); କେରଲି ଏକ୍ସପ୍ରେସ ଏସ.ଶ୍ରୀସନ୍ଥଙ୍କ ଉପରୁ ହଟିଲା ଆଜୀବନ ବାସନ୍ଦାଦେଶ । ଶୁକ୍ରବାର ମାନ୍ୟବର ସୁପ୍ରିମ କୋର୍ଟ ଏଭଳି ରାୟ ଶୁଣାଇଛନ୍ତି । ଆସନ୍ତା ତିନିମାସ ଭିତରେ ବିସିସିଆଇକୁ ନିଷ୍ପତି ନେବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ ଆଦେଶ ଦେଇଛନ୍ତି କି ଶ୍ରୀସନ୍ଥଙ୍କ ପକ୍ଷ ଶୁଣିବାକୁ ପଡିବ । ଆଇପିଏଲ ସ୍ପଟ ପିକିଂରେ ଫସିବା ପରେ ଶ୍ରୀସନ୍ଥଙ୍କୁ ଆଜୀବନ ବାସନ୍ଦାଦେଶ ଶୁଣାଇଥିଲା ବିସିସିଆଇ । ପ୍ରଥମ ଭାରତୀୟ ଖେଳାଳି ଭାବେରେ ସେ ଆଜୀବନ ବାସନ୍ଦାଦେଶ ସହିଥିଲେ । ତାଙ୍କ ପୂର୍ବରୁ ଯଦିଓ ମହମଦ ଆଝାରରୁଦ୍ଦୁନଙ୍କୁ ଆଜୀବନ ବାସନ୍ଦାଦେଶ ଘୋଷଣା କରାଯାଇଥିଲା କିନ୍ତୁ ତାଙ୍କ ଉପରୁ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ହଟାଯାଇଥିଲା ।
ଶୁକ୍ରବାର ଜଷ୍ଟିସ୍ ଅଶୋକ ଭୂଷଣଙ୍କ ନେତୃତ୍ୱରେ ବସିଥିବା ଖଣ୍ଡପୀଠ ଶ୍ରୀଶାନ୍ତଙ୍କୁ ଦିଆ ଯିବାକୁ ଥିବା ଦଣ୍ଡର ପରିମାଣ ସଂକ୍ରାନ୍ତରେ ପୁଣି ଥରେ ନିଷ୍ପତ୍ତି ଗ୍ରହଣ କରିବାକୁ ବିସିସିଆଇକୁ କହିଛନ୍ତି।ଶୀର୍ଷ ଅଦାଲତ ଆହୁରି କହିଛନ୍ତି ଯେ ଶ୍ରୀଶାନ୍ତ ଦଣ୍ଡର ପରିମାଣ ସଂକ୍ରାନ୍ତରେ ବିସିସିଆଇର ଶୃଙ୍ଖଳାଗତ କମିଟିର ପୁନର୍ବିଚାର ସୁଯୋଗ ପାଇବେ।ଶ୍ରୀଶାନ୍ତଙ୍କ ବିରୋଧରେ ପଡ଼ି ରହିଥିବା ଅପରାଧିକ ମାମଲା ସଂକ୍ରାନ୍ତରେ ଆଜିର ଆଦେଶ ଲାଗୁ ହେବ ନାହିଁ ।
ଆଇପିଏଲ ସ୍ପଟ ଫିକ୍ସିଂରେ ଶ୍ରୀସନ୍ଥଙ୍କ ସହିତ ଅଲଗା ଖେଳାଳି ମଧ୍ୟ ଫସିଥିଲେ । କିନ୍ତୁ ସେମାନଙ୍କୁ ବିସିସିଆଇ ଦଣ୍ଡ କୋହଳ କରିଥିଲେ ସୁଦ୍ଧା ଶ୍ରୀସନ୍ଥଙ୍କ ପ୍ରତି ଦଣ୍ଡ କଠିନ କରାଯାଇଥିଲା । ସୂଚନା ଯୋଗ୍ୟ ୨୦୦୭ ଏବଂ ୨୦୧୧ ବିଶ୍ୱକପ ଭାରତୀୟ ଦଳରେ ରହିଥିଲେ ଶ୍ରୀସନ୍ଥ । ୨୦୦୭ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହେଡେନଙ୍କୁ ଆଉଟ କରି ମ୍ୟାଚକୁ ହାତକୁ ଆଣିଥିଲେ ଶ୍ରୀସନ୍ଥ ।