ଅକଲାଣ୍ଡ (ଏଟିଆର ବ୍ୟୁରୋ); ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ପ୍ରଥମ ଟି-୨୦ ମ୍ୟାଚ ଖେଳା ଯିବ । ୩ଟି ଟି-୨୦ ମ୍ୟାଚ ବିଶିଷ୍ଠ ସିରିଜର ଆଜି ହେଉଛି ପ୍ରଥମ ମ୍ୟାଚ । ଭାରତ ଯଦି ଏହି ମ୍ୟାଚଟି ବିଜୟ ହୁଏ ତେବେ କ୍ରିକେଟ ଇତିହାସ ପୃ ଷ୍ଠାରେ ଏକ ନୂଆ ରେକର୍ଡ ଯୋଡି ହୋଇ ଯିବ । ଭାରତ ନ୍ୟୁଜିଲାଣ୍ଡ ଆଜି ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ଜିତି ନାହିଁ । ନ୍ୟୁଜିଲାଣ୍ଡରେ ୨ଟି ଟି-୨୦ରେ ସମୁଖୀନ ହୋଇଥିଲେ ମାତ୍ର ଭାରତ ଦୁଇଟି ଯାକ ପରାଜୟ ହୋଇଛି । ଏଣୁ ପ୍ରଥମ ଟି-୨୦ ଜିତିଲେ ନ୍ୟୁଜିଲାଣ୍ଡରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଘରୋଇ ଦଳକୁ ହରାଇବାର ସୁଯୋଗ ପାଇବ ।
ଭାରତ ନିଜ ଘରୋଇ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇଛି । ତେବେ ଇତିହାସ ଲକ୍ଷରେ ପଡିଆକୁ ଓହ୍ଲାଇବ ଭାରତ । ଦିନିକିଆ ସିରିଜ ଜିତିବା ପରେ ଟି-୨୦ ଉପରେ ଭାରତର ଲକ୍ଷ । ଭାରତୀୟ ଦଳର ଖେଳାଳିମାନେ ଭଲ ଫର୍ମରେ ରହିଛନ୍ତି । ଏବଂ ଦଳକୁ ଗୋଟିଏ ପରେ ଗୋଟିଏ ବିଜୟ କରି ନୂଆ ରେକର୍ଡ କରିଛନ୍ତି । ନିକଟରେ ଅଷ୍ଟ୍ରେଲିଆ ମାଟିରେ ତିନୋଟି ଫର୍ମାଟରେ କଙ୍ଗାରୁ ଦଳକୁ ପରାଜୟ କରିଥିଲା । ସେହି ସିରିଜ ବିଜୟ ପରେ ଭାରତ ପାଇଁ ବହୁତ ରେକର୍ଡ କରୁଥିଲା ।
ପ୍ରଥମ ଟି-୨୦ରେ ଭାରତ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତି ନେଇଛି । ବ୍ୟାଟିଂରେ ଭାରତର ପଲ୍ଲା ଭାରି ରହିଥିବାରୁ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି । ସେପଟେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨ ଓଭର ଦୁଇଟି ବଲ ଖେଳି ୧୮ କରିବାରେ ସଫଳ ହୋଇଛି । ଦଳ ପକ୍ଷରୁ ମୁନରୋ ୧୬ ରନ କରିଛନ୍ତି ଏବଂ ସାଥୀ ଖେଳାଳି ଟିମ ସେଇରଫେଟ ଦୁଇ ରନ କରିଛନ୍ତି । ପ୍ରାରମ୍ଭିକ ବ୍ୟାଟିଂ ଦୃଢ଼ ହୋଇଥିବାରୁ ଆଜିର ମ୍ୟାଚଟି ବହୁତ ସଘଂର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ସେପଟେ ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ଜିତିବା ପାଇଁ ନ୍ୟୁଜିଲାଣ୍ଡ ଜୋରଦାର ପ୍ରୟାସ କରିବ ।
ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ),ଶିଖର ଧାୱନ,ପନ୍ଥ,ବିଜୟ ଶଙ୍କର,ଦିନେଶ କାର୍ତ୍ତିକ,ଧୋନୀ,ହାର୍ଦ୍ଦିକ ପାଣ୍ଡ୍ୟା,କୁନାଲ ପାଣ୍ଡ୍ୟା,ଭୁବନେଶ୍ୱର କୁମାର,ଖଲିଲ ଅହମ୍ମଦ,ଚହଲ