ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ର ସେମିଫାଇନାଲରେ ଟିମ୍ ଇଣ୍ଡିଆ ହାରିବା ପରେ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଅନ୍ତରାଷ୍ଟ୍ରୀ କ୍ରିକେଟରୁ ସନ୍ୟାସ ନେବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । କ୍ରିକେଟରୁ ସନ୍ୟାନ ନେବେ ବୋଲି ଧୋନୀ ନିଷ୍ପତି ମଧ୍ୟ କରି ସାରିଥିଲେ । ଏନେଇ ଧୋନୀ ନିଜେ କିଛି ଖେଳାଳୀ ସୂଚନା ଦେଇଥିଲେ, କିନ୍ତୁ ଭାରତୀୟ କ୍ରିକେଟ ଦଳର ଏହି ଦିଗଜ୍ଜ ଖେଳାଳୀଙ୍କ କହିବାନୁସାରେ ଧୋନୀ ତାଙ୍କ ସନ୍ୟାସ ନେବା ନିଷ୍ପତିକୁ ଟାଳି ଥିଲେ । ସେପଟେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ଧୋନୀ ସାମିଲ ନାହାନ୍ତି । ସେ ଭାରତୀୟ ସେନାଙ୍କ ସହିତ ଦୁଇ ମାସ ବିତାଇବେ ବୋଲି ସୂଚନା ମିଳିଛି ।
ମିଡିଆ ରିପୋର୍ଟ ମୁତାବକ, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ କହିବା ଦ୍ୱାରା ଧୋନୀ ତାଙ୍କ ସନ୍ୟାସ ନେବାର ନିଷ୍ପତିକୁ ବଦଳାଇଛନ୍ତି । ଏନେଇ ବିରାଟ କୋହଲିଙ୍କ ନିକଟବର୍ତ୍ତି ଲୋକେ ସୂଚନା ଦେଇଛନ୍ତି । କୋହଲିଙ୍କ ମତରେ ଏବେ ଭାରତୀୟ ଦଳକୁ ଧୋନୀଙ୍କ ଆବଶ୍ୟକତା ରହିଛି । ଶାରିରୀକ ଅନୁଯାୟୀ ଧୋନୀ ସମ୍ପୂର୍ଣ୍ଣ ଠିକ୍ ଅଛନ୍ତି । ସେ ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ୱାଲ୍ଡ କପ ବି ଖେଳି ପାରିବେ । ମ୍ୟାନେଜମେଂଟ ଟିମ୍ ମଧ୍ୟ ଚାହୁଁଛି କି ଧୋନୀ ରୁହନ୍ତୁ ଏବଂ ଋଷଭ ପନ୍ଥଙ୍କୁ ଏକ ଭଲ ଖେଳାଳୀ ରୂପେ ମଇଦାନରେ ଠିଆ କରାନ୍ତୁ । ସେଥିପାଇଁ ଧୋନୀ ତାଙ୍କ ସନ୍ୟାସ ନେବା ନିଷ୍ପତିକୁ ଘୋଷଣା କରି ନାହାନ୍ତି ।
ସେପଟେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳର ଘୋଷଣା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ବି ଧୋନୀଙ୍କ ସହିତ ତାଙ୍କ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଶ୍ରୀ ପ୍ରସାଦ ସିଧା ସଳଖ ଧୋନୀଙ୍କୁ କହିଥିଲେ କି ଭବିଷ୍ୟତରେ ଭାରତୀୟ ଦଳରେ ପ୍ରଥମେ ୱିକେଟକିପର ଋଷଭ ପନ୍ଥ ହେବେ । ହୁଏତ ଧୋନୀଙ୍କ ଉପରେ କୌଣସି ପ୍ରକାଣ ଚାପ ନାହିଁ ।
କିଛି ଦିନ ପୂର୍ବରୁ ଭାରତୀୟ ଦଳର ଅଧିନାୟକ କହିଥିଲେ କି, ଯଦି ପନ୍ଥଙ୍କ କୌଣସି ଆଘାତ ଲାଗେ ତେବେ ତାଙ୍କ ବିକଳ୍ପ କିଏ ହେବ । ଅନ୍ୟପଟେ ଭାରତୀୟ ଦଳରେ ପନ୍ଥଙ୍କ ବ୍ୟତିତ ଧୋନୀଙ୍କ ମୁକାବିଲା କରିବା ଭଳି କେହି ନାହାନ୍ତି । ସେଥିପାଇଁ ଦଳରେ ଧୋନୀ ରହିବା ନାହାତି ଜରୁରୀ ।