ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ ର ସେମିଫାଇନାଲରୁ ଭାରତୀୟ ଦଳ ନିରାଶ ହେବା ପରେ ଏବେ ପୁଣି ଥରେ ମଇଦାନ ଓହ୍ଲାଇବା ପାଇଁ ପ୍ରସ୍ତୁତ । ଆଜି ଆରମ୍ଭ ହେଉଛି ଟି୨୦ ମ୍ୟାଚ୍ । ଆମେରିକାର ଫ୍ଲୋରିଡାରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟ ପ୍ରଥମ ଟି୨୦ ମୁକାବିଲା ଆରମ୍ଭ ହେବ । । ସେପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ତାର ଶୁଭାରମ୍ଭ ବିଜୟୀ ହୋଇକି କରିବାକୁ ଚାହିଁବ । ଏହାସହିତ ଏଥରକ ଟିମ୍ ରେ କିଛି ନୂଆ ଖେଳାଳିଙ୍କୁ ଖେଳିବା ପାଇଁ ମଉକା ମିଳିଛି । ସେଥିପାଇଁ ଏଥରକ ଟିମ୍ ଇଣ୍ଡିଆ କେତେକ ଯୁବ ଖେଳାଳିଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ତେବେ ଆସନ୍ତୁ ଜାଣିବା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଟି୨୦ କେଉଁ ୧୧ ଜଣ ଖେଳାଳି ମଇଦାନକୁ ଓହ୍ଲାଇବେ ।
ଶିଖର ଧୱନ ସୁସ୍ଥ ହୋଇ ପୁଣି ଥରେ ଟିମ୍ କୁ ଫେରିଛନ୍ତି । ଧୱନ ଏବଂ ରୋହିତ ଶର୍ମାଙ୍କ ଜୋଡି ଓପନିଙ୍ଗ ମଙ୍ଗ ସମ୍ଭାଳିବେ । ସେପଟେ ଧୱନ ଆସିବା ପରେ ରୋହିତଙ୍କ ଉପରୁ ଟିକେ ଚାପ କମ ରହିବ ଏବଂ ସେ ସମୟ ନେଇକି ତାଙ୍କ ତାଙ୍କ ଭଲ ପ୍ରଦର୍ଶନ କରିବେ । ବିଶ୍ୱକପରେ ୬୪୮ ସ୍କୋର କରି ଶୀର୍ଷରେ ରହିଛନ୍ତି ରୋହିତ । ଶିଖର ଧୱନ ବି ଅଷ୍ଟେଲିଆ ବିପକ୍ଷରେ ସାନଦାର ପ୍ରଦର୍ଶନ କରିଥିଲେ, କିନ୍ତୁ ଏହାପରେ ସେ ମ୍ୟାଚ୍ ରେ ଆହତ ହେବା ଯୋଗୁଁ ତାଙ୍କୁ ଖେଳିବା ପାଇଁ ମନା ହୋଇଥିଲା ।
ତିନି ନମ୍ବରରେ କୋହଲି ବ୍ୟାଟିଂ କରିବେ । ବିରାଟ ବିଶ୍ୱକପରେ ରନ୍ କରିଥିଲେ ସତ କିନ୍ତୁ ତାଙ୍କ ରନ୍ ସର୍ବଶ୍ରେଷ୍ଠ ନଥିଲା । ବିରାଟଙ୍କ ସହିତ କେଏଲ ରାହୁଲ ନଜର ଆସିବେ । ଏହାବ୍ୟତିତ ଯୁବ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେୟ ମଝି ଭାଗ ସମ୍ଭାଳିବେ । ପାଣ୍ଡେୟ ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରିଥିଲେ ।
ସେପଟେ ଟିମ୍ ରେ ମହେନ୍ଦ୍ର ସିଂ ଧୋନୀ ଉପଲବ୍ଧ ନଥିବା ଯୋଗୁଁ ୱିକେଟକିପର ଦାୟିତ୍ୱ ଋଷଭ ପନ୍ଥ ସମ୍ଭାଳିବେ । ବିଶ୍ୱକପରେ ବି ଧୱନ ଆହତ ହେବା ଯୋଗୁଁ ପନ୍ଥଙ୍କୁ ଏହି ଦାୟିତ୍ୱ ମିଳିଥିଲା । ସେହିପରି ଅଲରାଉଣ୍ଡର ଭୂମିକାରେ ହାର୍ଦ୍ଦିକଙ୍କ ଭାଇ କୃଣାଳ ପାଣ୍ଡ୍ୟାଙ୍କୁ ମିଳିପାରେ । ତାଙ୍କ ସହିତ ରବିନ୍ଦ୍ର ଜାଡେଜା ବି ଅଲରାଉଣ୍ଡର ଭାବେ ନଜର ଆସିବେ । ବିଶ୍ୱକପ ଟିମରେ ଜାଡେଜା ସାମିଲ ଥିଲେ, କିନ୍ତୁ ତାଙ୍କୁ ଅଧିକ ମ୍ୟାଚ୍ ଖେଳିବାକୁ ମଉକା ମିଳିନଥିଲା ।
ଅପରପକ୍ଷେ ବୋଲିଂ ପାଇଁ ଭୁବନେଶ୍ୱର କୁମାର, ଦୀପକ ଚାହର ଏବଂ ଖଲିଲ ଅହମ୍ମଦ ନଜର ଆସିବେ । ବିଶ୍ୱକପ ଆରମ୍ଭରେ ଭୁବନେଶ୍ୱର କୁମାର ବୋଲିଂ ରେ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ମ୍ୟାଚ ଅଧାରୁ ସେ ଆହତ ହୋଇଥିଲେ । ସେପହିପରି ଚାହର ଏବଂ ଖଲିଲ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । ଦୁହିଁଙ୍କ ପାଖରେ ସ୍ପିଡ୍ ଏବଂ ସ୍ୱିଙ୍ଗ ରହିଛି ।
୧୧ ଜଣିଆ ଟିମ: ରୋହିତ ଶର୍ମା,ଶିଖର ଧୱନ, ବିରାଟ କୋହଲି, କେଏଲ ରାହୁଲ, ମନୀଷ ପାଣ୍ଡେୟ, ଋଷଭ ପନ୍ଥ,କୃଣାଳ ପାଣ୍ଡ୍ୟା, ରବିନ୍ଦ୍ର ଜଡେଜା,ଭୁବନେଶ୍ୱର କୁମାର, ଦୀପକ ଚାହର, ଖଲୀଲ ଅହମ୍ମଦ ।