ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ୱାନ୍ ଡେ ମ୍ୟାଚ୍ ରେ ଇଣ୍ଡିଆ ଟିମ୍ ଆର୍ମି କ୍ୟାପ୍ ପିନ୍ଧି ପଡିଆକୁ ଓହ୍ଲାଇଥିଲେ । ଏନେଇ ଇଣ୍ଟରନାସନାଲ କ୍ରିକେଟ କାଂଉସିଲର ଦ୍ୱାରସ୍ଥ ହୋଇଛି ପାକିସ୍ତାନ । ଇଣ୍ଟରନାସନାଲ କ୍ରିକେଟ ଜରିଆରେ ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧିବାକୁ ନେଇ ପାକିସ୍ତାନ ଆପତ୍ତି କରିଛି । ସେପଟେ ଟିମ୍ ଇଣ୍ଡିଆକୁ ଆର୍ମି କ୍ୟାପ୍ ପିନ୍ଧିବାର ଅନୁମତି ଆଇସିସି ପକ୍ଷରୁ ଦିଆଯାଇଥିଲା ବୋଲି ପାକିସ୍ତାନକୁ କୁହାଯାଇଛି ।
ଖବରମୁତାବକ, ପୁଲୱାମା ହମଲାରେ ସହୀଦ ହୋଇଥିବା ଯବାନଙ୍କୁ ସମ୍ମାନ ଜଣାଇବା ପାଇଁ ମାର୍ଚ୍ଚ ୮ ରାଞ୍ଚିରେ ହୋଇଥିବା ତୃତୀୟ ୱାନ୍ ଡେ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ ଆର୍ମି କ୍ୟାପ୍ ପିନ୍ଧି ଖେଳୁଥିଲା ।
ଆଇସିସି ପ୍ରବକ୍ତା କ୍ଲେରୀ କହିଛନ୍ତି, ‘ସହୀଦ ଯବାନଙ୍କୁ ମନେପକାଇବା ପାଇଁ ଆର୍ମି କ୍ୟାପ୍ ପିନ୍ଧିବାର ଅନୁମତି ବିସିସିଆଇ ପକ୍ଷରୁ ମଗାଯାଇଥିଲା ଏବଂ ଏହାର ଅନୁମତି ମଧ୍ୟ ଟିମ୍ ଇଣ୍ଡିଆକୁ ଦିଆଯାଇଥିଲା । ’
ଭାରତୀୟ କ୍ରିକେଟ ଟିମ୍ ଆର୍ମି କ୍ୟାପ୍ ପିନ୍ଧିବାକୁ ନେଇ ଆଇସିସିକୁ ଚିଠି ଲେଖି ଆପତ୍ତି ଜତାଇଥିଲା ପାକିସ୍ତାନୀ କ୍ରିକେଟ ବୋର୍ଡ (ପିସିବି) । ଏହାସହିତ ଭାରତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାକିସ୍ତାନ ଦାବି ମଧ୍ୟ କରିଥିଲା ।
ପୁଲୱାମା ହମଲାରେ ୪୦ ଯବାନ ସହୀଦ ହେବା ପରେ ଆଇସିସିରୁ ସେହି ଗୁଡିକର ସମ୍ପର୍କ ଛିନ୍ନ କରିବା ପାଇଁ ବିସିଆଇ ପକ୍ଷରୁ କୁହାଯାଇଥିଲା । ଖାସ୍ କରି ଯେଉଁ ଦେଶ ଗୁଡିକ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛନ୍ତି ।