ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଆଇସିସି ପକ୍ଷରୁ ସୋମବାର ଇଣ୍ଟରନାସନାଲ ୱାନ୍-ଡେ ର୍ୟାକିଂର ଘୋଷଣା କରାଯାଇଛି । ଏହି ର୍ୟାଙ୍କରେ ଭାରତୀୟ ଦଳର କିଛି ବଛା ବଛି ଖେଳାଳିମାନେ ସଫଳତା ହାସଲ କରିଛନ୍ତି । ନ୍ୟୁଜଲାଣ୍ଡ ବିପକ୍ଷରେ ୱାନ-ଡେ ସିରିଜ୍ ରେ ୪-୧ ରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଦୁଇ ନମ୍ବର ର୍ୟାଙ୍କରେ ଅଛି ।
ଏହି ର୍ୟାଙ୍କରେ ଇଂଲଣ୍ଡ ପ୍ରଥମ ସ୍ଥାନ ଅଧିକାର କରି ୧୨୬ ନମ୍ବରରେ ରହିଛି । ସେହିପରି ୧୨୨ ନମ୍ବରରେ ରହିଛି ଭାରତୀୟ ଦଳ । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ଜସପ୍ରିତ୍ ବୁମରାଙ୍କ ବ୍ୟାଟିଂ ଏବଂ ବୋଲିଂ କ୍ରମଶଃ ବଳବତ୍ତର ରହିଛି ।
ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷରେ ଧମାକାଦାର ପ୍ରଦର୍ଶନ କରିଥିବା ଭାରତୀୟ ଦଳର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମଧ୍ୟ ଫାଇଦା ମିଳିଛି । ଏବେ ସେ ୧୭ ନମ୍ବର ସ୍ଥାନରେ ପହଁଚି ଯାଇଛନ୍ତି । ସେହିପରି ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ୬ ପଏଣ୍ଟ ଆଗକୁ ଯାଇ ୧୭ ନମ୍ବର ସ୍ଥାନରେ ପହଁଚିଛନ୍ତି । ଅନ୍ୟ ଖେଳାଳି ସ୍ପିନର ୟୁଜବେନ୍ଦ୍ର ଚହଲ ୧ ପଏଣ୍ଟ ଆଗକୁ ଯାଇ ୫ମ ସ୍ଥାନରେ ପହଁଚିଛନ୍ତି ।
ଏମାନଙ୍କ ବ୍ୟତିତ ଭାରତୀୟ ଅଲରାଉଣ୍ଡର ଖେଳାଳି କେଦାର ଯାଦବଙ୍କୁ ୮ ପଏଣ୍ଟର ଫାଇଦା ହୋଇଛି । ସେ ୩୫ତମ ସ୍ଥାନରେ ପହଁଚିଛନ୍ତି । କେଦାର ଗତ କିଛି ଦିନ ହେବ ବହୁତ ଭଲ ପ୍ରଦର୍ଶନ କରିଆସୁଛନ୍ତି ।