ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୫ମ ଟି-୨୦ ଅର୍ନ୍ତଜାତୀୟ ମ୍ୟାଚ ପାଇଁ ରବିବାର ଦିନ ବିସିସିଆଇ ପକ୍ଷରୁ ଭାରତୀୟ କ୍ରିକେଟ ଟିମ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡ ଗସ୍ତ ନିମନ୍ତେ ଟି-୨୦ ଉପଅଧିନାୟକ ରୋହିତ ଶର୍ମା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ବିଶ୍ରାମରେ ରହିଥିଲେ । ତେବେ ରୋହିତଙ୍କର ପ୍ରତ୍ୟାବର୍ତ୍ତନ ଫଳରେ ଯୁବ ୱିକେଟକିପର ସଞ୍ଜୁ ସାମସନଙ୍କୁ ନ୍ୟୁଜଲାଣ୍ଡ ଗସ୍ତରୁ ବାଦ ଦିଆଯାଇଛି ।
ତାଙ୍କ ସ୍ଥାନରେ ଋଷଭ ପନ୍ତ ୱିକେଟକିପିଙ୍ଗ କରିବେ । ସେପଟେ ରୋହିତ ଡିସେମ୍ବରରେ ଖେଳାଯାଇଥିବା ୱେଷ୍ଟଇଣ୍ଟିଜ ବିପକ୍ଷ ଟି-୨୦ ମ୍ୟାଚ ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ ଆୟର, ମନୀଷ ପାଣ୍ଡେ, ଋଷଭ ପନ୍ତ, ଶିବମ ଦୁବେ, ମହମ୍ମଦ ସାମି, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ ସୁନ୍ଦର, ନଭଦୀପ ସଚ୍ଚନି, ରହୀନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଲ ଠାକୁରଙ୍କୁ ଟିମରେ ସ୍ଥାନ ମିଳିଛି ।
ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚକୁ ଭାରତ ୨-୦ରେ ବିଜୟ ହାସଲ କରିଥିବାରୁ ଭାରତୀୟ ଦଳର ମନବଳ ଦୃଢ ରହିଛି । ତେବେ ଭାରତର ଗସ୍ତ ଟି-୨୦ରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ଜାନୁଆରୀ ୨୪ରେ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୨ରେ ଶୃଙ୍ଖଳା ଶେଷ ହେବ । ସେହିଭଳି ଫେବୃଆରୀ ୫ରୁ ୧୧ ମଧ୍ୟରେ ତୃତୀୟ ଦିନିକିଆ ଖେଳାଯିବାକୁ ଥିବା ବେଳେ ଫେବୃଆରୀ ୨୧ରୁ ମାର୍ଚ୍ଚ ୪ ମଧ୍ୟରେ ଟେଷ୍ଟ ମ୍ୟାଚ ଖେଳାଯିବ ।