ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ ହେଉଛି ଆଇପିଏଲ । ପୁରୁଷ ଆଇପିଏଲକୁ ଅପୂର୍ବ ସଫଳତା ମିଳିଛି । ବିଦେଶୀ କେଳାଳିମାନେ ଆଇପିଏଲ ମାୟାରେ ମଧ୍ୟ ବାୟା । ଯେଉଁ କାରଣରୁ ସେମାନେ ନିଜ ଦେଶରୁ ଖେଳ ଛାଡି ମଧ୍ୟ ଭାରତକୁ ଧାଇଁ ଆସିଥାନ୍ତି । ତେବେ ପୁରୁଷ ଆଇପିଏଲ ପରେ ଏବେ ମହିଳାମାନଙ୍କୁ ନେଇ ଅନୁଷ୍ଠିତ ହେବ ଖେଳ । ପ୍ରଥମରୁ ବିସିସିଆଇ ଯଦିଓ ଅନୁମତି ଦେଇନଥିଲା କିନ୍ତୁ ଏବେ ସିକୃତି ମିଳିବା ପରେ ଗଠନ ହୋଇଛି ତିନୋଟି ଦଳ । ଏହି ତିନୋଟି ଦଳ ହେଲା ସୁପରନୋଭାସ,ଭୋଲଭୋସିଟି,ଟେଲବ୍ଳକର୍ସ ।
ତେବେ ଆସନ୍ତୁ ନଜର ପକାଇବା ଏହି ତିନି ଦଳର ଅଧିନାୟକ କିଏ ଏବଂ କାହା ଦଳରେ କିଏ ଅଛନ୍ତି ।
ଟିମ୍ ସୁପରନୋଭାସ: ହରମନପ୍ରୀତ କୌର(ଅଧିନାୟକ), ଅନୁଜା ପାଟିଲ, ଅରୁନ୍ଧତୀ ରେଡ୍ଡୀ, ଚାମିରା ଆଟ୍ଟାପଟ୍ଟୁ(ଶ୍ରୀଲଙ୍କା), ଜେମିମା ରୋଡ୍ରଗିସ୍, ଲେ ତାହୁ(ନ୍ୟୁଜିଲ୍ୟାଣ୍ଡ), ମାନସୀ ଯୋଶୀ, ନିତାଲି ସ୍କିଭର(ଇଂଲଣ୍ଡ), ପୁନମ ଯାଦବ, ପ୍ରିୟା ପୁନିଆ, ରାଧା ପି ଯାଦବ, ସୋଫିଆ ଡିଭାଇନ୍(ନ୍ୟୁଜିଲ୍ୟାଣ୍ଡ) ଓ ତାନିୟା ଭାଟ୍ଟିଆ(ୱି)। କୋଚ୍: ଡବ୍ଲ୍ୟୁଭି ରମଣ।
ଟିମ୍ ଟ୍ରେଲବ୍ଲେଜର୍ସ: ସ୍ମୃତି ମନ୍ଧାନା(ଅଧିନାୟକ), ଭାରତୀ ଫୁଲମାଲି, ଡି ହେମଲତା, ଦୀପ୍ତି ଶର୍ମା, ହାରଲୀନ ଦେଓଲ, ଜାସିଆ ଅଖତର, ଜୁଲନ ଗୋସ୍ୱାମୀ, ଆର କଳ୍ପନା(ୱି), ରାଜେଶ୍ୱରୀ ଗାଏକ୍ୱାଡ, ଶାକେରା ସେଲମାନ(ୱେଷ୍ଟଇଣ୍ଡିଜ୍), ସୋଫିଆ ଇସକେଲଷ୍ଟୋନ(ଇଂଲଣ୍ଡ), ଷ୍ଟାଫାନି ଟେଲର( ୱେଷ୍ଟଇଣ୍ଡିଜ୍) ଓ ସୁଜି ବେଟ୍ସ(ନ୍ୟୁଜିଲ୍ୟାଣ୍ଡ)। କୋଚ: ବିଜୁ ଗର୍ଗ।
ଟିମ୍ ଭେଲୋସିଟି: ମିତାଲି ରାଜ(ଅଧିନାୟକ), ଆମେଲିଆ କେର(ନ୍ୟୁଜିଲ୍ୟାଣ୍ଡ), ଡାନିଏଲ ୱାଟ(ଇଂଲଣ୍ଡ), ଦେବିକା ବୈଦ, ଏକତା ବିଷ୍ଟ, ଏଚ୍ ମାଥ୍ୟୁସ୍(ୱେଷ୍ଟଇଣ୍ଡିଜ୍), ଜାହାନର ଆଲାମ(ବାଂଲାଦେଶ), କୋମଲ ଝାହନଜାଦ, ସେଫାଲି ବର୍ମା, ଶିକ୍ଷା ପାଣ୍ଡେ, ସୁଷମା ବର୍ମା(ୱି), ସୁଶ୍ରୀ ଦିବ୍ୟାଦର୍ଶିନୀ, ବେଦା କୀଷ୍ଣମୂର୍ତ୍ତି। କୋଚ: ମମତା ମାବେନ।