ମୋହାଲି (ଏଟିଆର ବ୍ୟୁରୋ); ସୁପର ସଣ୍ଡେରେ ସୁପର ମ୍ୟାଚ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଅନୁଷ୍ଟିତ ହେବ ଚତୁର୍ଥ ଦିନିକିଆ । ପଞ୍ଜାବର ମୋହାଲି ଗ୍ରାଉଣ୍ଡ ଖେଳାଯିବ ଏହି ମ୍ୟାଚ । ଆଜିର ମ୍ୟାଚଟି ଉଭୟ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଭାରତ ବିଜୟ ହୋଇ ସିରିଜ ସରିବା ପୂର୍ବରୁ ସିରିଜ ହାତେଇବା ଲକ୍ଷ୍ୟରେ ରହିବ । ସେପଟେ କଙ୍ଗାରୁ ବାହିନୀ ଏହି ମ୍ୟାଚ ଜିତିଲେ ୨-୨ରେ ରହିବ । ପୂର୍ବ ତିନୋଟି ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ ପ୍ରଥମ ଦୁଇଟି ମ୍ୟାଚ ଜିତିଥବା ବେଳେ ତୃତୀୟ ଦିନିକିଆରେ ଲଢ଼େଇ କରି ହାରିଥିଲା ଭାରତ ।
ଶେଷ ଦୁଇଟି ଦିନିକିଆରୁ ଭାରତର ପୂର୍ବତନ ଅଧିନାୟକ ଧୋନିଙ୍କ ବିଶ୍ରାମ ଦିଆଯାଇଛି । ଏଣୁ ତାଙ୍କ ସ୍ଥାନରେ ପନ୍ଥଙ୍କୁ ଦଳରେ ସାମିଲ କରାଯାଇଛି । ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ, ଯିଏ ନିଜର ଉନ୍ନତ ପ୍ରଦର୍ଶନ ଦ୍ୱାରା ବିଶ୍ୱକପ୍ ଟିମ୍ ପାଇଁ ନିଜର ସ୍ଥାନକୁ ମଜଭୁତ କରିବାକୁ ଚାହିଁବେ।ଅଧିନାୟକ କୋହଲି ବିଶ୍ୱକପ୍ ପାଇଁ ସବୁ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ବାକି ଦୁଇଟି ମ୍ୟାଚରେ ବାହାରେ ବସିଥିବା ଖେଳାଳିମାନଙ୍କୁ ସୁଯୋଗ ଦେଇପାରେ। ସିରିଜର ଶେଷ ଦୁଇଟି ମ୍ୟାଚ୍ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ପନ୍ତ ଏବେ ତାଙ୍କ ସ୍ଥାନ ନେବେ।
ଫର୍ମକୁ ନେଇ ସଂଘର୍ଷ କରୁଥିବା ଶିଖର ଧାୱନ କିମ୍ବା ଅମ୍ବାତି ରାୟୁଡୁଙ୍କୁ ନିଶ୍ଚିତ ଲୋକେଶ ରାହୁଲଙ୍କ ପାଇଁ ବାଟ ଛାଡ଼ିବାକୁ ପଡ଼ିବ। ଭୁବନେଶ୍ବର କୁମାର ଆସିଲେ ଭାରତ ମହମ୍ମଦ ସାମି କିମ୍ବା ଯଶପ୍ରିତ ବୁମରାଙ୍କୁ ମଧ୍ୟରୁ ଜଣଙ୍କୁ ବିଶ୍ରାମ ଦେବ। ଦଳୀୟ ଶିବିର କଥା ଦେଖିଲେ ବିଜୟ ଶଙ୍କର ବିଳମ୍ବରେ ହେଲେ ବି ବିଶ୍ବକପ୍ ଦାବିଦାର ପାଲଟି ସାରିଛନ୍ତି। ବିଶେଷ କରି ହାର୍ଦିକ ପାଣ୍ଡ୍ୟାଙ୍କ ଫିଟନେସ୍କୁ ନେଇ ପ୍ରଶ୍ନ ଉଠିଥିବାରୁ ବିଜୟ ଶଙ୍କର ଅଗ୍ରଗତି କରିଛନ୍ତି। ତାଙ୍କୁ ଭାରତ ଷଷ୍ଠ ବଦଳରେ ପଞ୍ଚମ ବୋଲର ଭାବେ ବ୍ୟବହାର କରିବା ଏବଂ କଷ୍ଟକର ପରିସ୍ଥିତିରେ ବ୍ୟାଟିଂ ସୁଯୋଗ ଦେଇ ଅଗ୍ନୀ ପରୀକ୍ଷାରେ ଅବତୀର୍ଣ୍ଣ କରାଇଛି।
ଅନ୍ୟପକ୍ଷରେ ଆଦାମ ଜାମ୍ପା ଭାରତର ବିଶ୍ବସ୍ତରୀୟ କଚଟି ସ୍ପିନରଙ୍କ ଦୁଳନାରେ ଭଲ ଟର୍ନ ପାଇବା ମଧ୍ୟ ଆଶ୍ଚର୍ଯ୍ୟ ଆଣିଛି। ମଧ୍ୟକ୍ରମ ଓଭରଗୁଡ଼ିରେ ସେ ୱିକେଟ୍ ବାହାର କରିବାରେ ନିର୍ଣ୍ଣାୟକ ହେଉଛନ୍ତି। ୭ ୱିକେଟ୍ ସହିତ ସେ କୁଲଦୀପଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି। ରାଞ୍ଚିରେ ବିଜୟୀ ଅଷ୍ଟ୍ରେଲିଆ ନିଶ୍ଚିତ ଅପରିବର୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ। ଅଧିନାୟକ ଆରୋନ୍ ଫିଞ୍ଚ୍ ଫର୍ମକୁ ଫେରିବା ଭ୍ରମଣକାରୀ ଦଳକୁ ଶୃଙ୍ଖଳା ସମତୁଲ ପାଇଁ ସୁଯୋଗ ଦେଇଛି।