ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ଭାରତ ବିଶ୍ୱକପ ଅଭିଯାନର ଷଷ୍ଠ ମ୍ୟାଚରେ େଓଷ୍ଟଇଣ୍ଡିଜକୁ ଭେଟିବା ପାଇଁ ଯାଉଛି । ଚଳିତ ବିଶ୍ୱକପରେ ଭାରତ ଏକମାତ୍ର ଦଳ ଯିଏକି ଏବେ ସୁଦ୍ଧା ଗୋଟିଏ ହେଲେ ମ୍ୟାଚ ହାରି ନାହିଁ । ଏଣୁ ଭାରତ ଏହି ରେକର୍ଡକୁ ଜାରି ରଖିବା ପାଇଁ ଚେଷ୍ଟା କରିବ । ଅପରପକ୍ଷରେ ୱେଷ୍ଟଇଣ୍ଡିଜ ଭାରତକୁ ହରାଇ ସେମିଫାଇନାଲ ରାସ୍ତାରେ ଆଉ ଗୋଟିଏ ପାହାଚ ଚଢ଼ିବା ପାଇଁ ଚେଷ୍ଟା କରିବ ।
ୱେଷ୍ଟ ଇଣ୍ଡିଜ ଚଳିତ ବିଶ୍ୱକପରେ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ବିଜୟ ହୋଇଛି । ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଅମାନତ ହରାଇଥିଲା । କିନ୍ତୁ ଏହାପରେ ଦଳ ଆଉ ବିଜୟକୁ ଫେରି ପାରିନାହିଁ । ଯାହାର ଫାଇଦା ଉଠାଇବ ଭାରତ । ଦଳର ଖେଳାଳିମାନେ ଏବେ ଦମଦାର ଫର୍ମରେ ଥିବାରୁ ଇଣ୍ଡିଜକୁ ଭାରତ ସହଜରେ ହରାଇବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ତେବେ ମ୍ୟାଚ କେତେବେଳେ କଣ ହେବ ତାହ କହିବା ଅସମ୍ଭବ ।
ଭାରତ ପକ୍ଷରୁ ଆଜି ଗତ ମ୍ୟାଚରେ ଯେଉଁମାନେ ଖେଳୁଥିଲେ ସେମାନେ ପୁଣିଥରେ ଖେଳି ପାରନ୍ତି ବୋଲି ସୂଚନା ମିଳିଛି । ଆଜି ଦଳରେ କୌଣସି ପରିବର୍ତ୍ତନ ହୋଇନପାରେ । ମାଞ୍ଚେଷ୍ଟର ଷ୍ଟାଡିୟମରେ ଭାରତର ରେକର୍ଡ ଭଲ ରହିଛି । ଦଳ ବୋଲିଂରେ ବୁମରା,ସାମି ଏବଂ ଚହଲଙ୍କ ଉପରେ ଭରଷା ରଖଇବ । ୱେଷ୍ଟ ଇଣ୍ଡିଜ ବ୍ୟାଟିଂରେ ଗେଲ,ହେଟମାୟାର ଏବଂ ପୁରାନଙ୍କ ଉପରେ ଅଧିକ ଭରଷା ରଖିବ ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସାମି।