ବାଙ୍ଗାଲୋର (ଏଟିଆର ବ୍ୟୁରୋ); ଆଇପିଏଲର ଦ୍ୱାଦଶ ସଂସ୍କରଣରେ ୧୭ତମ ମ୍ୟାଚରେ କୋଲକାତାକୁ ଭେଟିବାକୁ ଯାଉଛି ବାଙ୍ଗାଲୋର । ଚଳିତ ସିଜିନରେ ବିରାଟ ବାହିନୀ ୪ଟି ମ୍ୟାଚ ଖେଳିଥିଲେ ସୁଦ୍ଧା ବିଜୟର ସ୍ୱାଦ ଛାଖିନାହିଁ । ପଏଣ୍ଟ ଟେବୁଲରେ ସବୁଠାରୁ ପଛରେ ରହିଛି ବାଙ୍ଗାଲୋର । ନେଟରନରେଟରେ ବାଙ୍ଗାଲୋର ଲଗାତାର ପରାଜୟ କାରଣରୁ -୧.୯୦୧ ରହିଛି । ଅପରପକ୍ଷରେ କୋଲକାତା ୩ଟି ମ୍ୟାଚର ସମୁଖୀନ ହୋଇ ୨ଟି ବିଜୟ ହୋଇଛି ।
କୋଲକାତା ଶେଷ ମ୍ୟାଚରେ ଦିଲ୍ଲୀଠାରୁ ସୁପର ଓଭରରେ ହାରିଥିଲା । କିନ୍ତୁ କେକେଆର ପଏଣ୍ଟ ଟେବୁଲରେ ଭଲ ସ୍ଥାନରେ ରହିଛି । କୋଲକାତା ୪ର୍ଥ ସ୍ଥାନରେ ରହିଛି । ଆଜିର ମ୍ୟାଚଟି ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଥିବାରୁ ପୁଣିଥରେ ବିଜୟ ହୋଇ ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ବାଙ୍ଗାଲୋର । ବିରାଟ ବାହିନୀରେ ଅଭିଜ୍ଞ ଏବଂ ଯୁବ ଖେଳାଳି ଥିଲେ ସୁଦ୍ଧା ଦଳ ବାରମ୍ବାର ପରାଜୟ ବରଣ କରିଛି । ଆଜିର ମ୍ୟାଚଟି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମ୍ୟାଚ ଖେଳିବ ବାଙ୍ଗାଲୋର । ଘରୋଇ ପରିବେଶରେ ଦଳ ଖେଳିବା ପାଇଁ ଯାଉଥିବାରୁ ବାଙ୍ଗାଲୋରର ପଲ୍ଲା ଭାରି ରହିବ ବୋଲି ଆଶା କରାଯାଉଛି ।
ଅପରପକ୍ଷରେ କୋଲକାତାର ଖେଳାଳିମାନେ ମଧ୍ୟ ଭଲ ଫର୍ମରେ ରହିଛନ୍ତି । ଦଳ ପକ୍ଷରୁ କାରବିଆନ ଖେଳାଳି ରସେଲ ଭଲ ଫର୍ମରେ ଅଛନ୍ତି । ପ୍ରଥମ ତିନୋଟି ମ୍ୟାଚରେ ବଡ ବଡ ସଟ ମାରି ପ୍ରଂସଶକ ମନମୋହିଥିଲେ । ତେବେ ଆଜିର ମ୍ୟାଚରେ ବାଙ୍ଗାଲୋରର ମୁଖ୍ୟ ଟାର୍ଗେଟ ରହିବେ ରସେଲ । ଡିଭିଲିୟର୍ସ ଭଲ ଫର୍ମରେ ରହିଥିଲେ ସୁଦ୍ଧା ଦଳ ବାରମ୍ବାର ପରାଜୟ ହେଉଛି । କୋଲକାତା ଏବଂ ବାଙ୍ଗାଲୋର ମଧ୍ୟରେ କଡା ମୁକାବିଲା ହେଉଥିବାରୁ ଆଜିର ମ୍ୟାଚଟି ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।