ଟୋକିଓ (ଏଟିଆର ବ୍ୟୁରୋ): ଅଲମ୍ପିକ୍ସିର ପ୍ରଥମ ମ୍ୟାଚରେ ନିଜର ଦମ୍ ଦେଖାଇଛନ୍ତି ଭାରତୀୟ ସଟଲର ପି.ଭି ସିନ୍ଧୁ । ଗ୍ରୁପ୍ ମ୍ୟାଜରେ ବିଜୟ ହେବା ସହ ସେ ତାଙ୍କର ଅଭିଯାନ ଆରମ୍ଭ କରିଛନ୍ତି । ୨୧-୭,୨୧-୧୦ ସେଟରେ ଇସ୍ରାଏଲର ସୋନିଆ ପୋଲିକାରପୋୱାଙ୍କୁ ହରାଇଛନ୍ତି ପି.ଭି ସିନ୍ଧୁ । ମାତ୍ର ୨୯ ମିନିଟ୍ ସେ ବାଜିମାତ୍ କରିଛନ୍ତି । ।
ସେହିପରି ଜୁଲାଇ ୨୭ ରେ ହଙ୍ଗକଙ୍ଗର ଚ୍ୟୁଙ୍ଗ ଏନଗାନଙ୍କ ସହ ଦ୍ୱିତୀୟ ମ୍ୟାଚ ଖେଳିବେ ପି.ଭି ସିନ୍ଧୁ । ମହିଳା ବ୍ୟାଡମିଣ୍ଟନରେ ଏକମାତ୍ର ଖେଳାଳି ଭାବରେ ସେ ଟୋକିଓ ଅଲିମ୍ପିକ୍ସରେ ଭାରତରୁ ପ୍ରତିନିଧିତ୍ୱ କରୁଛନ୍ତି । ବିଶ୍ୱ ର୍ୟାଙ୍କିଂରେ ୭ ନଂ ସ୍ଥାନରେ ଅଛନ୍ତି ସିନ୍ଧୁ ।