ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶିଖର ଧୱନଙ୍କ ପରେ ଏବେ ପୁଣି ଆଉ ଜଣେ ଭାରତୀୟ କ୍ରିକେଟର ବିଶ୍ୱକପ ୨୦୧୯ ରୁ ବାହାର ହୋଇଛନ୍ତି । ସେ ଆଉ କେହି ନୁହଁନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର । ଖେଳ ଅଭ୍ୟାସ କରୁଥିବା ବେଳେ ବିଜୟଙ୍କ ଗୋଡ ଆଙ୍ଗୁଳି ରେ ଆଘାତ ଲାଗିଥିବାରୁ ସେ ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡିଛି ।
ସେପଟେ ବିଜୟଙ୍କ ସ୍ଥାନରେ କିଏ ଖେଳିବେ ସେନେଇ କୌଣସି ସ୍ପଷ୍ଟିକରଣ ହୋଇନାହିଁ । ମିଡିଆ ରିପୋର୍ଟସ ମୁତାବକ ବିଜୟ ଶଙ୍କରଙ୍କ ରିପ୍ଲେସମେଣ୍ଟ ପାଇଁ ବିସିସିଆଇ ପକ୍ଷରୁ ଆଇସିସିଆଇ କୁ ଏକ ଚିଠି ଲେଖାଯିବ ।
ବିଜୟଙ୍କ ଅଙ୍ଗୁଳିରେ ଆଘାତ ଲାଗିଥିବା ହେତୁ ସେ ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସାମିଲ ହୋଇପାରିନଥିଲେ । ତାଙ୍କ ସ୍ଥାନରେ ଏବେ ମୟଙ୍କ ଅଗ୍ରୱାଲ ଖେଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି, କାରଣ ସେ ଜଣେ ଭଲ ବ୍ୟାଟସମ୍ୟାନ୍ ।
ମୟଙ୍କ ଅଗ୍ରୱାଲ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍ ଜରିଆରେ କ୍ରିକେଟରେ ପାଦ ଦେଇଥିଲେ, କିନ୍ତୁ ଭାରତ ପାଇଁ ସେ ଏପର୍ଯ୍ୟନ୍ତ ୱାନଡେ ରେ ଡେବ୍ୟୁ କରି ପାରିନହାଁନ୍ତି ।