ମାଉଣ୍ଟ ମାଙ୍ଗାନୁଇ (ଏଟିଆର ବ୍ୟୁରୋ); ଭାରତ ତୃତୀୟ ଦିନିକିଆ ମ୍ୟାଚ ଜିତିବା ପରେ ଆୟୋଜିତ ହୋଇଥିବା ଏକ ସାମ୍ବାଦିକ ସମୀଳନୀରେ ଯୋଗ ଦେଇ ବିରାଟ ନିଜର ମତ ରଖିଥିଲେ । ‘କଫି ୱିଥ କରନ’ ଶୋରେ ଭାଗ ନେଇ ମହିଳାଙ୍କ ସମ୍ପର୍କରେ ମତ ରଖି ବିବାଦରେ ଛନ୍ଦି ହୋଇଥିଲେ ଭାରତୀୟ ଦଳର ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଯୁବ ଖେଳାଳି କେଏଲ ରାହୁଲ । ତେବେ ବିସିସିଆଇ ଦୁହିଁଙ୍କୁ ନିଲମ୍ବିତ କରିଥିଲା । ମାତ୍ର ପୁନର୍ବାର ଦୁହିଁଙ୍କ ଉପରୁ ନିଲମ୍ବନ ଆଦେଶ ହଟାଇବା ପରେ ଦଳକୁ ଫେରିଥିଲେ ପାଣ୍ଡ୍ୟା । ଚାପରେ ରହି ମଧ୍ୟ ଦଳକୁ ଫେରି ଭଲ ଖେଳ ପ୍ରଦର୍ଶନ କରିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ।
ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଖେଳରେ ବେଶ ଖୁସି ଅଛନ୍ତି ଦଳର ଅଧିନାୟକ ବିରାଟ କୋହଲି । ଆୟୋଜିତ ହୋଇଥିବା ସମ୍ବାଦିକ ସମ୍ମିଳନୀରେ ବିରଟ ପାଣ୍ଡ୍ୟାଙ୍କୁ ଖବ ପ୍ରଂଶସା କରିଛନ୍ତି । ସେ କହିଛନ୍ତି ପାଣ୍ଡ୍ୟା ଜଣେ ଭଲ ଖେଳାଳି । ସେ ଯେତେ ଚାପରେ ରହିଲେ ମଧ୍ୟ ସବୁବେଳେ ଦଳ ପାଇଁ ଭଲ ପ୍ରଦର୍ଶନ କରି ଆସନ୍ତି । ଏହି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ ପୂର୍ବରୁ ସେ ଚାପରେ ଥିଲେ । ମାତ୍ର ମ୍ୟାଚକୁ ଫେରିବା ପରେ ବୋଲିଂ କରି ୨ଟି ୱିକେଟ ଅକ୍ତିଆର କରିବା ସହ ସୁନ୍ଦର ଫିଲ୍ଡି କରିଥିଲେ । ଏଣୁ କୋହଲି କହିଛନ୍ତି ପାଣ୍ଡ୍ୟା ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନପଡି ସେଥିରୁ ବାହାରି ଆସି ଭଲ ପ୍ରଦର୍ଶନ କରନ୍ତି ।
ପାକିସ୍ଥାନ ବିପକ୍ଷ ୨୦୧୭ ଚାମ୍ପିୟନ୍ସ ଲିଗ ଫାଇନାଲରେ ଭାରତ ପରାଜୟ ଦ୍ୱାରରେ ଠିଆ ହୋଇଥିଲା । ଦଳର କୌଣସି ବି ଖେଳାଳି ପଡିଆରେ ତିଷ୍ଠି ପାରି ନଥିଲେ । ମାତ୍ର ପାଣ୍ଡ୍ୟା ଏକାକି ଦଳ ପାଇଁ ଲଢ଼ି ଦଳୀୟ ସ୍କୋରକୁ ଆଗକୁ ନେଇ ଯାଇଥିଲେ । ଦୁର୍ଭାଗ୍ୟ ବଶତଃ ଭାରତ ମ୍ୟାଚଟି ହାରି ଯାଇଥିଲା । ଜାଡେଜାଙ୍କ ଭୁଲ ନିଷ୍ପତି ପାଇଁ ରନ ଆଉଟ ହୋଇ ପାଭିଲିୟନ ଫେରି ଯାଇଥିଲେ ପାଣ୍ଡ୍ୟା । ଏହି ମ୍ୟାଚଟି ଦୁଃଭାଗ୍ୟ ବଶତଃ ହାରିଯାଇଥିଲା । ମାତ୍ର ସେ ସମୟରେ ଚାପରେ ଥାଇ ମଧ୍ୟ ପାକିସ୍ଥାନୀ ବୋଲରଙ୍କୁ ଛକା ମାରିଥିବା ସବୁଦିନ ପାଇଁ ମନେ ରହିଯିବ ।
ରାହୁଲ ଏବଂ ପାଣ୍ଡ୍ୟା ମହିଳାଙ୍କ ବିରୋଧରେ ଅଶାଳିନ ମନ୍ତବ୍ୟ ଦେବା କାରଣରୁ ବହୁ ସମାଲୋଚନା ସହିବାକୁ ପଡିଥିଲା । ଉଭୟଙ୍କ ଉପରେ ବିସିସିଆଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ବୋଲି ଚର୍ଚ୍ଚା ହେଉଥିଲା । ଏଣୁ ଦୁଇ ଖେଳାଳି ବହୁତ ଚାପରେ ଥିଲେ । ନିଲମ୍ବନ ହଟିବା ପରେ ସେପଟେ ରାହୁଲ ଇଂଲଣ୍ଡ ଲାୟନ୍ସ ବିପକ୍ଷ ପ୍ରାକ୍ଟିସ ମ୍ୟାଚରେ ନୈରାଶ୍ୟଜନକ ଖେଳ ଖେଳିଥିଲେ । ମାତ୍ର ସମାନ ଚାପରେ ଥିବା ପାଣ୍ଡ୍ୟା ଆନ୍ତର୍ଜାତୀୟ ମ୍ୟାଚରେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରିଥିବାରୁ କୋହଲି ତାଙ୍କୁ ପ୍ରଂଶସା କରିଛନ୍ତି ।