ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରକୃତରେ ପ୍ରେମ ନିବେଦନ କରିବା ପାଇଁ ସେମିତି କିଛି ଖାସ୍ ଦିନ, ବାର କିମ୍ବା ସମୟର ଆବଶ୍ୟକତା ନଥାଏ । କିନ୍ତୁ ପ୍ରେମଦିବସ ଭାବେ ଭାଲେଣ୍ଟାଇନ ଡେକୁ ପାଳନ କରାଯାଏ । ଆଜି ହେଉଛି ଭାଲେଣ୍ଟାଇନ୍ ଡେ ମାନେ ପ୍ରେମର ଦିବସ । ଏହି ଉତ୍ସବକୁ ସାରା ଦେଶରେ ଖୁବ୍ ଉତ୍ସାହର ସହ ପାଳନ କରୁଛନ୍ତି ପ୍ରେମୀଯୁଗଳ । ସାଧରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବ ମନାଇବାରେ ଲାଗିପଡିଛନ୍ତି । ଏଥଇରୁ ବାଦ୍ ପଡି ନାହାଁନ୍ତି କ୍ରିକେଟ୍ ତାରକା । ଆଜ୍ଞା ହଁ ଆଜି ଆମେ କ୍ରିକେଟ ଜଗତର ସେହି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ । ଯାହାଙ୍କ ଲଭଷ୍ଟୋରୀ କୌଣସି ରୋମାଞ୍ଚକ ଠାରୁ କମ୍ ନୁହେଁ । ଆମେ କହୁଛୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀରେ ଏଭଳି ଏକ ରାଜ୍ ଲୁଚି ରହିଛି । ଯାହାକୁ ହୁଏତ ତାଙ୍କ ଫ୍ୟାନ୍ସମାନେ ଜାଣିନଥିବେ ।
ଉତ୍ତରାଖଣ୍ଡରେ ରହୁଥିବା ଅନୁଷ୍କାଙ୍କ ଦାଦିଙ୍କ କହିବାନୁଯାୟୀ, ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କ ଏବେ କାର ନୁହେଁ ବରଂ ଦୁହିଁଙ୍କ ମଧ୍ୟରେ ଛୋଟ ବେଳୁ ବନ୍ଧୁତାର ସମ୍ପର୍କ ରହିଛି । ବିରାଟଙ୍କୁ ପୁରା ପରିବାର ଭଲ ଭାବେ ଜାଣିଛି । ଛୋଟ ବେଳୁ ଦୁହେଁ ମିଶି କ୍ରିକେଟ ଖେଳନ୍ତି ।
ହୁଏତ ସେ ଏନେଇ ଟିକେ ରାଗିଛନ୍ତି ମଧ୍ୟ କାରଣ ତାଙ୍କୁ ଏହି ବିଷୟରେ କେହି ଜଣାଇନଥିଲେ । କିନ୍ତୁ ଅନୁଷ୍କା ଏବଂ ବିରାଟଙ୍କ ସମ୍ପର୍କକୁ ନେଇ ଦାଦିଙ୍କର କୌଣସି ଅସୁବିଧା ନାହିଁ ।
ବିରାଟଙ୍କ ସହ ସମ୍ପର୍କକୁ ନେଇ ଦାଦି ଉର୍ମିଳା କହିଛନ୍ତି, ଅନୁଷ୍କାଙ୍କ ପିତା ହେଉଛନ୍ତି ଜଣେ ସେନା ଅଧିକାରୀ । ସେ ବେଙ୍ଗାଲୁରୁରେ ଥିବା ବେଳେ ତାଙ୍କ ନାତି(ଅନୁଷ୍କାଙ୍କ ଭାଇ) କର୍ଣ୍ଣେ ଶ କ୍ରିକେଟ ଖେଳୁଥିଲେ । ସେହି ସମୟରେ ବିରାଟ ବି ସେହି ଟିମ୍ ରେ ଥିଲେ ।
ସେହି ସମୟରେ ବିରାଟ ଅନେକ ଥର କର୍ଣ୍ଣେସଙ୍କ ସହ ଅନୁଷ୍କାଙ୍କ ଘରକୁ ମଧ୍ୟ ଆସିଛନ୍ତି । ଯେବେ ବି ଦାଦି ବେଙ୍ଗାଲୁରୁ ଯାଇଥାନ୍ତି ସେତେବେଳ ସେ ବିରାଟଙ୍କ ସହ ମଧ୍ୟ ଦେଖା କରିଥାନ୍ତି । ଦାଦିଙ୍କ କହିବାନୁଯାୟୀ ବିରାଟ ଜଣେ ଭଲ ପିଲା । ବଡ ମାନଙ୍କୁ ସମ୍ମାନ ଦେଇଥାଏ ।