ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହାଇଦ୍ରାବାଦ ରାଜୀବଗାନ୍ଧୀ ଅନ୍ତରାଷ୍ଟ୍ରୀୟ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚରେ,ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୬ ୱିକେଟରେ ବାଜି ମାରି ନେଇଛି ଭାରତ । ଅପରପକ୍ଷେ ୫ ୱିକେଟରେ ୱିଷ୍ଟଇଣ୍ଡିଜ୍ ୨୦୭ ରନ୍ ବିଶାଳ ସ୍କୋର କରିଥିଲା । ଯାହାକୁ କ୍ୟାପ୍ଟେନ ବିରାଟ କୋହଲି ବିଫଳ କରାଇଥିଲେ । କୋହଲି ୫୦ ବଲରେ ୬ଟି ଛକା ସାହାଯ୍ୟରେ ୯୪ ରନ୍ ପାର କରିଥିଲେ ଏବଂ ଟିମ୍ ର ଆହୁରି ୮ ଟି ବଲ୍ ଥାଇ ଟିମ୍ ବିଜୟ ହୋଇଥିଲା । କୋହଲିଙ୍କ ଏହି ସାନ୍ଦାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ୍ ଅଫ୍ ଦି ଆୱାର୍ଡ ଦିଆଯାଇଛି ।
ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚର ପ୍ରଥମ ଟି୨୦ରେ ବିରାଟ ମ୍ୟାନ ଅଫ୍ ଦି ମ୍ୟାଚ୍ ଜିତିବା ସହିତ, ଟି୨୦ ଇଣ୍ଟରନେସନାଲରେ ସର୍ବାଧିକ ମ୍ୟାନ ଅଫ୍ ଦି ମ୍ୟାଚ ଜିତିବାର ୱାଲ୍ଡ ରେକର୍ଡ କରିବାର ସମାନ ହୋଇ ଯାଇଛନ୍ତି । ଆଫଗାନିସ୍ତାନର ମୋହମ୍ମଦ ନବୀ ଏବଂ ବିରାଟ କୋହଲିଙ୍କ ନାମରେ ସଂଯୁକ୍ତ ଭାବେ ଏହି ରେକର୍ଡ ଦାଖଲ ହୋଇଯାଇଛି । ଏହି ଦୁଇ ଖେଳାଳୀ ଟି୨୦ ରେ ୧୨ ଥର ଲେଖାଁଏ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ଏହି ତାଲିକାର ତୃତୀୟ ନମ୍ବରରେ ପାକିସ୍ତାନର ଅଲରାଉଣ୍ଡର ଶାହିଦ ଆଫରିଦି ରହିଛନ୍ତି, ଯିଏ ୧୧ ଥର ଏହି ରେକର୍ଡ କରିଛନ୍ତି ।
ଭାରତୀୟ ଦଳରେ ବିରରାଟ କୋହଲିଙ୍କ ପରେ ଏହି ଫର୍ମାଟରେ ହିଟମ୍ୟାନ ରୋହିତ ଶର୍ମା ୯ ଥର ମ୍ୟାନ୍ ଅଫ୍ ଦି ମ୍ୟାନ୍ ଜିତିଛନ୍ତି । ତାଙ୍କ ପରେ ଅଲରାଉଣ୍ଡର ଯୁବରାଜ ସିଂଙ୍କ ନାଁ ଆସୁଛି ।
ୱେିଷ୍ଟଇଣ୍ଡିଜ୍ ବିପକ୍ଷରେ ମ୍ୟାଚ୍ ର ଦ୍ୱିତୀୟ ଟି୨୦ ମୁକାବିଲାରେ ବିରାଟ ପାଖରେ ଏହି ରେକର୍ଡକୁ ନିଜ ନାଁରେ କରିବା ପାଇଁ ମଉକା ରହିଛି । ସେ ଆଉ ଏକ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତି କ୍ରିକେଟରେ ସବୁଠାରୁ ଅଧିକ ଥର ଆୱାର୍ଡ ଜିତିଥିବା ଖେଳାଳି ହୋଇଯିବେ ।
ସେହିପରି ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜ୍ ର ଦ୍ୱିତୀୟ ମୁକାବିଲା କେରଳର ଥିରୁଅନନ୍ତପୁରମର ଗ୍ରୀନ ଫିଲ୍ଡ ଷ୍ଟାଡିୟମରେ ଖେଳାଯିବ ।