ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏସିଆ କପ ୨୦୨୩ ପୂର୍ବରୁ ୟୋ ୟୋ ଟେଷ୍ଟ ପାସ୍ କରିଛନ୍ତି ଭାରତୀୟ ଦଳର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ଏନେଇ ବିରାଟ ତାଙ୍କ ଇଂଷ୍ଟା ଷ୍ଟୋରୀ ଜରିଆରେ ଜଣାଇଛନ୍ତି ।
ବିରାଟ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ୟୋ ୟୋ ଟେଷ୍ଟ ଶେଷ କରିବାର ଖୁସୀ । ୧୭.୨ ଡନ୍ ।
ଭାରତୀୟ ଖେଳାଳୀଙ୍କୁ ୟୋ ୟୋ ଟେଷ୍ଟ ପାସ୍ କରିବାକୁ ହେଲେ ଅତିକମରେ ୧୭.୧ ସ୍କୋର କରିବା ଜରୁରୀ ।
ଏସିଆ କପ୍ ପାଇଁ ଏହି ଟେଷ୍ଟ ପାସ୍ କରିବା ଜରୁରୀ । ୟୋ ୟୋ ଟେଷ୍ଟ ଇତିହାସରେ ଭାରତୀୟ ଖେଳାଳୀଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଏବହ ହାର୍ଦ୍ଦିକ ପାଣ୍ଡ୍ୟା ୧୯-୧୯ ସ୍କୋର କରିଛନ୍ତି । ଯାହା ସବୁଠୁ ଅଧିକ ।