ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଓପନର କେଏଲ ରାହୁଲ ଦେଇଥିବା ବୟାନକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିିରାଟ କୋହଲି । ଗଣମାଧ୍ୟମକୁ ସାକ୍ଷତ କରି ସେ କହିଛନ୍ତି କି, ‘ଭାରତୀୟ ଦଳ ଏବଂ ଜଣେ ଦାୟିତ୍ୱବାନ୍ କ୍ରିକେଟର ହିସାବରେ ରାହୁଲ ଏବଂ ପାଣ୍ଡ୍ୟାଙ୍କ ବିଚାରରେ ମୋର କୌଣସି ପ୍ରକାରର ସମ୍ବନ୍ଧ ନାହିଁ । ଏହା ତାଙ୍କର ବ୍ୟକ୍ତିଗତ ବିଚାର ଥିଲା । ଏନେଇ ବିସିସିଆଇ ର ନିଷ୍ପତି କଣ ରହିବ ସେଥିଲାଗି ଆମେ ଅପେକ୍ଷା କରିଛୁ ।’
ଖବରମୁତାବକ, ବିିସିସିଆଇ ର କଡା ଆକ୍ସନକୁ ସାମ୍ନା କରିବାକୁ ପଡୁଛି ପାଣ୍ଡ୍ୟା ଏବଂ ରାହୁଲଙ୍କୁ । ନିକଟରେ ରାହୁଲ ଏବଂ ପାଣ୍ଡ୍ୟା ଦୁହେଁ କରଣ ଜୋହର ସୋ’ ‘କଫି ୱିଥି କରଣ’ରେ ଆପମାନ ଜନକ ବୟାନ ଦେଇଥିଲେ । ଯେଉଁଥି ପାଇଁ ଉଭୟଙ୍କ ଉପରେ ଲୋକେ ରାଗି ଯାଇଥିଲେ ।
ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୟାନକୁ ନେଇ ତାଙ୍କ ପିତା ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କି, ‘ ମୋତେ ଲାଗୁଛି କି ସେହି ସୋ’ ଏକ ମନୋରଞ୍ଜନ ସୋ’ ଏବଂ ହାର୍ଦ୍ଦିକ ଦେଇଥିବା ବୟାନକୁ ବି ମସ୍ତି-ମଜାକରେ ନେବା ଉଚିତ୍ । ସେ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଚାହୁଁଥିଲେ ନଚେତ୍ ଆଉ କିଛି ନାହିଁ । ତାଙ୍କ ବୟାନକୁ ନକରାତକ୍ମ ରୂପ ଦେବା ଉଚିତ୍ ନୁହେଁ’ ।
ମିଡିଆ ରିପୋର୍ଟ ମୁତାବକ,ରାହୁଲ ଏବଂ ପାଣ୍ଡ୍ୟାଙ୍କ ଉପରେ ୱାନ୍-ଡେ ମ୍ୟାଚର ପ୍ରତିବନ୍ଧକ ଲାଗିପାରେ । ଏହି ମାମଲାରେ ଆଇନଗତ ପରାମର୍ଶ ନେବା ପାଇଁ ନିକଟରେ ସିଓଏର ସଦସ୍ୟା ଡାୟନା କହିଛନ୍ତି ।