ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିରାଟ ରେକର୍ଡ । ନୂଆ ଇତିହାସ ରଚିଲେ କୋହଲି । ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ମଙ୍ଗଳବାର ପ୍ରକାଶ ପାଇଥିବା ଇଣ୍ଟରନ୍ୟାସନାଲ କ୍ରିକେଟ ବୋର୍ଡ(ଆଇସିସି) ପକ୍ଷରୁ ବିରାଟଙ୍କୁ ୫ଟି ବଡ ପୁରଷ୍କାର ପ୍ରଦାନ କରାଯାଇଛି । ଆଇସିସି ପକ୍ଷରୁ ଆୟୋଜିତ ହେଉଥିବା ଆୱାଡ ଉତ୍ସବରେ ବିରାଟ ହାତେଇଛନ୍ତି ୫ଟି ବଡ ପୁରଷ୍କାର । ୨୦୧୮ ବର୍ଷର ଆଇସିସି ଆୱାଡରେ ବିରାଟଙ୍କୁ ମିଳିଛି ୧-ଆଇସିସି ଶ୍ରେଷ୍ଠ ପୁରୁଷ କ୍ରିକେଟର ୨-ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ୩- ଆଇସିସି ଶ୍ରେଷ୍ଠ ଦିନିକିଆ କ୍ରିକେଟର ୪- ଆଇସିସି ଦିନିକିଆ ଶ୍ରେଷ୍ଠ ଅଧିନାୟକ ୫- ଆଇସିସି ଶ୍ରେଷ୍ଠ ଟେଷ୍ଟ ଅଧିନାୟକ । ଏଭଳି ବିଶ୍ୱର ପାଞ୍ଚଟି ବଡ ପୁରଷ୍କାରକୁ ହାତେଇ ଇତିହାସ ରହିଲେ ଭାରତୀୟ ଉଦିୟମାନ ଖେଳାଳି ବିରଟ ।
କୋହଲି ୨୦୧୮ ବର୍ଷରେ ୧୩ଟି ଟେଷ୍ଟ ମ୍ୟାଚ ଖେଳି ୧୩୨୨ ରନ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ୫ଟି ଶତକ ମଧ୍ୟ ରହିଛି । ଟେଷ୍ଟ ମ୍ୟାଚରେ ଚଳିତ ବର୍ଷରେ ତାଙ୍କର ଆଭରେଜ ରହିଛି ୫୫.୦୮ । ସେହିଭଳି ୧୪ଟି ଦିନିକିଆ ଖେଳି ୧୨୦୨ ରନ ସଂଗ୍ରହ କରିଛନ୍ତି । ୧୩୩.୫୫ ହାରରେ ରହିଛି ବ୍ୟାଟିଂ ଆଭରେଜ । ଏଥିରେ ୬ଟି ଶତକ ରହିଛି । ସେପଟେ ୨୦୧୮ରେ ଦଳର ଭଲ ପ୍ରଦର୍ଶନ ରହିଥିଲା । ନିକଟରେ ଅଷ୍ଟ୍ରେଲିଆରେ ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ ତିନୋଟି ଫର୍ମାଟରେ ହରାଇ ନିଆରା ରେକର୍ଡ କରିଥିଲା ବିରାଟ ବାହିନୀ ।
୨୦୦୪ ମସିହାରୁ ଏହି ଆଇସିସି ଆୱାର୍ଡ ଉତ୍ସବ ପାଳିତ ହୋଇ ଆସୁଛି । ୧୨ ମାସ ମଧ୍ୟରେ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଏବଂ ଅଧିନାୟକଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥାଏ । ମାତ୍ର ପୂର୍ବରୁ କେହି ଖେଳାଳି ଏପରି ୫ଟି ପୁରଷ୍କାର ପାଇନଥିଲେ । ବିରାଟ ପ୍ରଥମ ଥର ପାଇଁ ଏହି ରେକର୍ଡ ନିଜ ନାଁରେ କରିଛନ୍ତି । ତେବେ ଏହି ଘୋଷଣା ପରେ ବିରାଟଙ୍କୁ ସାର ଗାର ଫିଲ୍ଡ ଟ୍ରଫି ପାଇଁ ମନୋନୀତ କରାଯାଇଛି ।