ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) ; ଗତକାଲି ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ପ୍ରଥମ ଟି-୨୦ରେ ଭାରତର ଲଢ଼ୁଆ ବ୍ୟାଟିଂ ସତ୍ତେ୍ୱ ପରାଜୟ ସ୍ୱିକାର କରିଥିଳା ଭ୍ରମଣକାରୀ ଦଳ । ଏହି ପରାଜୟକୁ ନେଇ ବହୁ କ୍ରିକେଟର ଏବଂ ପ୍ରଶଂକ ମାନେ ବିଭିନ୍ନ ମତ ଦେଇଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ଭାରତୀୟ ଦଳର ପୂର୍ବତନ ଓପନର ବ୍ୟାଟ୍ସ ମ୍ୟାନ ବିରେନ୍ଦ୍ର ସେହ୍ୱାଗ । ସୋସିଆଲ ମିଡିଆରେ ସବୁବେଳେ ମଜାଳିଆ ଟ୍ୱିଟ ପାଇଁ ଚର୍ଚ୍ଚାରେ ରହୁଥିବା ବିରୁ ପୁଣି ଏକ କମେଡି ଛୁଙ୍କ ମାରିଛନ୍ତି । ନିଜର ଟ୍ୱିଟର ପେଜରେ ସେ ଲେଖିଛନ୍ତି କି ଯଦିଓ ଭାରତ ଅଧିକ ସ୍କୋର କରିଥିଲା କିନ୍ତୁ ଅଷ୍ଟ୍ରେଲିଆର ବିଜୟ ହେଲା । କାରଣ ଅଷ୍ଟ୍ରେଲିଆ ସ୍କୋରରେ ଜିଏସଟି ଲାଗିବା ଭାରତ ପାଇଁ ମହଙ୍ଗା ପଡିଲା । ପ୍ରଥମ ମ୍ୟାଚରେ ଏପରି ଉତ୍ସାହ ଜନକ ମ୍ୟାଚରେ ଭାରତ ପାଇଁ ଶୁଭଙ୍କର ବୋଲି ପ୍ରକାଶ କରିଛନ୍ତି ବିରୁ ।
ସୂଚନା ଯୋଗ୍ୟ ଯେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା କଙ୍ଗାରୁ ଦଳ ୧୭ ଓଭରରେ ୪ ୱିକେଟ ହରାଇ ୧୫୮ ରନ କରିଥିବା ବେଳେ ବର୍ଷା ମ୍ୟାଚରେ ବାଧା ସାଜିଥିଲା । ତେବେ ଡିଏଲ ମେଥଡ ଅନୁଯାୟୀ ଭାରତ ଆଗରେ ନିଦ୍ଦାରିତ ୧୭ ଓଭରରେ ୧୭୪ ରନର ବିଜୟ ଲକ୍ଷ ରହିଥିଲା । କିନ୍ତୁ ଦଳ ଲଢ଼ୁଆ ବ୍ୟାଟତଂ ସତ୍ତେ୍ୱ ନିର୍ଦ୍ଦାରିତ ଓଭର ମଧ୍ୟରେ ୭ ୱିକେଓ ହରାଇ ୧୬୯ କରିବା ପାଇଁ ସକ୍ଷମ ହୋଇଥିଲା । ଭାରତ ସେହି ୧୭ ଓଭରରେ ଅଷ୍ଟ୍ରେଲିଆ ଠାରୁ ଅଧିକ ସ୍କୋର କରିଥିଲେ ମଧ୍ୟ ଭାରତକୁ ପରାଜୟ ବରଣ କରିବା ପାଇଁ ବାଧ୍ୟ ହୋଇଥିଲେ । ଏଭଳି ପରିସ୍ଥିତି ପାଇଁ ନିଜର ମଜାଳିଆ ଟ୍ୱିଟ୍ କରିଛନ୍ତି ବିରୁ ।