ଲଣ୍ଡନ (ଏଟିଆର ବ୍ୟୁରୋ); ବିଶ୍ୱକପର ୨୩ତମ ମ୍ୟାଚରେ ବାଲାଂଦେଶ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ମୁକାବିଲା ହେବ । ଉଭୟ ଚଳିତ ବିଶ୍ୱକପରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେବେ ଆଜି ଦ୍ୱିତୀୟ ବିଜୟ ଆଶାରେ ଉଭୟ ଦଳ ମଇଦାନକୁ ଓହ୍ଲାଇବେ । ଇଂଲଣ୍ଡ ପାଣିପାଗ ସୂଚନା ଅନୁଯାୟୀ ମ୍ୟାଚ ମଝିରେ ବର୍ଷା ହେବାର ସମ୍ଭାବନା ରହିଛି । ଚଳିତ ବିଶ୍ୱକପରେ ୪ଟି ମ୍ୟାଚ ବାତିଲ ହୋଇ ସାରିଛି । ବାଲାଂଦେଶର ଗୋଟିଏ ବାତିଲ ହୋଇଥିବା ବେଳେ ୱେଷ୍ଟ ଇଣ୍ଡିଜର ମଧ୍ୟ ଗୋଟିଏ ମ୍ୟାଚ ବାତିଲ ହୋଇଛି ।
ୱେଷ୍ଟ ଇଣ୍ଡିଜ ୪ଟି ମ୍ୟାଚରୁ ୩ ପଏଣ୍ଟ ପାଇଛି । ଦଳ ପ୍ରଥମ ମ୍ୟାଚରେ ପାକିସ୍ତାନକୁ ବଡ ବିଜୟ ହାସଲ କରିଥିଲା । କିନ୍ତୁ ଏହାପରେ ଖେଳିଥିବା ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ ସତ୍ତେ୍ୱ ଦଳ ହାରିଛି । କିନ୍ତୁ ଆଜି ପୁଣିଥରେ ଜିତି ସିରିଜକୁ ଫେରିବା ପାଇଁ ଚେଷ୍ଟା କରିବ ଦଳ । ରସେଲ,ଗେଲ ଏବଂ ପୁରାନଙ୍କ ଉପରେ ଭରଷା ରଖିବ ଦଳ । ଏହି ତିନିଜଣ ଏବେ ଦମଦାର ଫର୍ମରେ ଅଛନ୍ତି ।
ବାଲାଂଦେଶ ୪ଟି ମ୍ୟାଚରୁ ମଧ୍ୟ ୩ ପଏଣ୍ଟ ପାଇଛି । ଦଳ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ବେଳେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚଟି ବାତିଲା ହୋଇଥିଲା । ବିଶ୍ୱକପର ଏକ ନମ୍ବର ଅଲରାଉଣ୍ଡର ବୋଲାଉଥିବା ସାକିବ ଅଲ ହାସନ ଏବେ ଦମଦାର ଫର୍ମରେ ଅଛନ୍ତି । ସେ ପ୍ରତ୍ୟେକ ମ୍ୟାଚରେ ଶତକ ଏବଂ ଅର୍ଦ୍ଧ ଶତକ ଅର୍ଜନ କରୁଛନ୍ତି । ଏଣୁ ଆଜି ମ୍ୟାଚରେ ୱେଷ୍ଟ ଇଣ୍ଡିଜ ତାଙ୍କୁ ଟାର୍ଗେଟ କରିବ ।