ସିଡନି (ଏଟିଆର ବ୍ୟୁରୋ): ମହିଳା ଟି-୨୦ ବିଶ୍ୱକପ ଆଜିଠାରୁ ଆରମ୍ଭ ହେଉଛି । ଏହି ବିଶ୍ୱକପରେ ଭାରତ ସମେତ ଅନ୍ୟାନ ନଅଟି ଦେଶ ଭାଗ ନେଉଥିବା ବେଳେ ଆଜିର ଉଦଘାଟନୀ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ଅଷ୍ଟ୍ରେଲିଆ ଗତବର୍ଷର ଚାମ୍ପିଆନ ଥିବାରୁ ଭାରତ ପାଇଁ ଏହି ମ୍ୟାଚ ଜିତିବା କଷ୍ଟକର ହୋଇପାରେ । ଅଷ୍ଟ୍ରେଲିଆ ବିଶ୍ୱକପର ୬ଟି ସଂସ୍କରଣରୁ ୪ଟିରେ ଜିତିଥିବାରୁ ଏହି ସିରିଜିଟିକୁ ଜିତି ପୁଣି ଥରେ ବିଶ୍ୱକପକୁ ନିଜ ନା’ରେ କରିବାକୁ ଚେଷ୍ଟା କରିବ । ତେବେ ଏହି ମ୍ୟାଚଟିକୁ ଜିତିବା ପାଇଁ ଉଭୟ ଦେଶ ଜୋରଦାର ପ୍ରାକ୍ଟିସ କରୁଛନ୍ତି ।
ସିଡେନରେ ଖେଳାଯାଇଥିବା ଏହି ମ୍ୟାଚଟି ଭାରତୀୟ ସମୟ ଅନୁଯାୟୀ ସାଢେ ୧ଟାରେ ଖେଳାଯିବ । କିଛି ଦିନ ତଳେ ହୋଇଥିବା ତ୍ରିରାଷ୍ଟ୍ରୀୟ ମହିଳା ଟି- ଟ୍ୱେଣ୍ଟିଂ କ୍ରିକେଟ ସିରିଜ ଫାଇନାଲେରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଚାମ୍ପିଆନ ହୋଇପାରିନଥିଲା । ତେବେ ଏହି ମ୍ୟାଚଟିକୁ ଜିତିବା ପାଇଁ ଭାରତୀୟ ମହିଳା ଦଳକୁ ନିଜର ଶ୍ରେଷ୍ଟ ପ୍ରଦର୍ଶନ ଦେବାକୁ ପଡିବ । ତ୍ରିରାଷ୍ଟରୀୟ ମ୍ୟାଚରେ ଭାରତୀୟ ଦଳ ପକ୍ଷରୁ ଓପନର ସେଫାଳି ବର୍ମା, ସ୍ମୃତି ମାନ୍ଧାନା ଭଲ ପ୍ରଦର୍ଶନ କରିଥିବାରୁ ସେ ଦୁଇହିଁଙ୍କ ଉପରେ ସଭିଙ୍କର ନଜର ରହିବ । ଏହାବ୍ୟତିତ କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଉପରେ ମଧ୍ୟ ସମସ୍ତଙ୍କ ଦୃଷ୍ଟି ରହିବ ।