ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଚଳିତ ମାସ ୩୦ ତାରିଖରୁ ହେବାକୁ ଯାଉଛି ଦିନିକିଆ କ୍ରିକେଟ ବିଶ୍ୱକପ । ଇଂଲଣ୍ଡରେ ହେବାକୁ ଥିବା ଏହି କ୍ରିକେଟ ମହାକୁମ୍ଭ ପାଇଁ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ଦଳ ଗସ୍ତ କରିଛି । ତେବେ ଇଂଲଣ୍ଡ ଗ୍ରସ୍ତ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଏକ ପ୍ରେସମିଟ କରିଥିଲେ । ବିରାଟ ଏହି ସାମ୍ବାଦିକ ସମ୍ମିନଳୀରେ କହିଛନ୍ତି କି ଏହି ବିଶ୍ୱକପ ଆମ ପାଇଁ ସବୁଠାରୁ ଚ୍ୟାଲେଞ୍ଜିଂ ହେବ ।
ଚଳିତ ବିଶ୍ୱକପ ଇଂଲଣ୍ଡରେ ହେବାକୁ ଯାଉଛି । ଘରୋଇ ଦଳ ଭଲ ଫର୍ମରେ ଥିବା ବେଳେ ବିଶ୍ୱକପର ପ୍ରଥମ ହକଦାର ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ଚଳିତ ବିଶ୍ୱକପରେ ଭାରତ ଅନ୍ୟତଦ ଦାବିଦାର ବୋଲି ମଧ୍ୟ କ୍ରିକେଟ ଗଣନା କହୁଛି । ଏଣୁ ଭାରତୀୟ ଦଳ ଇଂଲଣ୍ଡ ଗ୍ରସ୍ତ ପୂର୍ବରୁ ମାନସିକ ଭାବରେ ଫିଟ ହୋଇ ଯାଇଛନ୍ତି । ବିରାଟ କହିଛନ୍ତି ସେ ସ୍ପିନରଦ୍ୱୟ କୁଳଦୀପ ଏବଂ ଚହଲଙ୍କ ଉପରେ ଭରଷା ରଖିବେ ।
ମୁଖ୍ୟ ପ୍ରଶିକ୍ଷକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଏହି ବିଶ୍ୱକପରେ କିଛି ବି ହାଲକା ନେବା ଭୁଲ । ଆଫଗାନୀସ୍ଥାନ ଏବଂ ବାଲାଂଦେଶ ଭଳି ଦେଶ ମଧ୍ୟ ସବୁକିଛି ଓଲଟ ପାଲଟ କରିପାରନ୍ତିି । ଏଣୁ ଭାବି ଚିନ୍ତି ଖେଳିବାକୁ ପଡିବ । ଅଭିଜ୍ଞ ଖେଳାଳି ଧୋନି ବିଶ୍ୱକପରେ ଭାରତୀୟ ଦଳର ମୁଖ୍ୟ ସାରଥୀ ହେବେ ବୋଲି କହିଛନ୍ତି ରବି । ଅପରପକ୍ଷରେ କୋହଲି କହିଛନ୍ତିି କି ସବୁ ପରିସ୍ଥିତିରେ ଦଳ କିଭଳି ସାମନା କରିବ ତାହା ଆମେ ଧୋନୀଙ୍କ ପାଖରୁ ଶିଖିବୁ ।