ମୁମ୍ବାଇ (ଏଟିଆର ବ୍ୟୁରୋ); ନୂଆ ଦଳ ନୂଆ ଖେଳାଳିଙ୍କ ଗହଣରେ ଅଭ୍ୟାସ ଆରମ୍ଭ କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଯୁବରାଜ ସିଂହ । ଚଳିତ ଆଇପିଏଲରେ ଯୁବି ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବେ । ଆଇପିଏଲ କ୍ୟାରିୟରରେ ଏହା ହେଉଛି ତାଙ୍କର ଷଷ୍ଠ ଦଳ । ପୂର୍ବରୁ ସେ ପଞ୍ଜାବ,ପୁନେ,ରୟାଲ ଚ୍ୟାଲେଞ୍ଜ,ଦିଲ୍ଲୀ ଡେୟାର ଡେଭିଲ୍ସ ଏବଂ ସନ ରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳି ସାରିଛନ୍ତି । ମୁମ୍ବାଇ ଦଳରେ ଯୋଗ ଦେବା ପରେ ବେଶ ଖୁସି ଅଛନ୍ତି ଯୁବି । ଗତ ଆଇପିଏଲ ସସ୍କରଣରେ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଥଲେ ଯୁବି ।
ଚଳିତ ବର୍ଷ ଆଇପିଏଲରେ ପ୍ରଥମେ ଯୁବିଙ୍କୁ କୌଣସି ଦଳ କିଣିବା ପାଇଁ ଆଗ୍ରହ କରିନଥିଲେ । ଶେଷରେ ମୁମ୍ବାଇ ଯୁବିଙ୍କ ଉପରେ ଭରଷା ରଖି ତାଙ୍କୁ ଦଳରେ ସାମିଲ କରିବା ପାଇଁ ନିଶ୍ପତି ନେଇଥିଲା । ସେ ମୂଳ ଦର ଏକକୋଟିରେ କିଣା ହୋଇଛନ୍ତି । ଗତବର୍ଷ ସେ ୮ଟି ମ୍ୟାଚରେ ମାତ୍ର ୬୫ ରନ କରିବାରେ ସକ୍ଷମ ହୋଇଥିଲେ । ଯାହାକି ଚଳିତ ବର୍ଷ ନିଲାମରେ ତାଙ୍କ ପାଇଁ କଠିନ ସାଧ୍ୟ ହୋଇଥିଲା । ତେବେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରି ପୁଣିଥରେ ଫ୍ୟାନ୍ସଙ୍କ ମନ ମୋହିବା ପାଇଁ ପ୍ରୟାସ କରିବେ ଯୁବି ।
ମୁମ୍ବାଇ ପକ୍ଷରୁ ଯୁବରାଜ ଖେଳୁଥିବାରୁ ହୋମ ଗ୍ରାଉଣ୍ଡ ୱାଙ୍ଖଡେ ରହିବ । ଯାହାକି ଯୁବିଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଷ୍ଟାଡିୟମରେ ଭାରତ ୨୦୧୧ ବିଶ୍ୱକପ ଜିତିଥିବା ବେଳେ ଯୁବିଙ୍କ ଅବଦାନ ମହତ୍ୱପୂଣ୍ଣ ରହିଥିଲା । ତେବେ ଖରାପ ଫର୍ମ ଏବଂ ଦଳରେ ନୂଆ ଖେଳାଳିଙ୍କ ଏଣ୍ଟ୍ରି ପାଇଁ ଆନ୍ତର୍ଜାତିକ ଦଳକୁ ଯୁବି ଫେରି ପାରିନାହାଁନ୍ତି । ଶେଷଥର ଲାଗି ୨୦୧୭ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ ।