ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ଏହାଦ୍ୱାରା ଅନେକ ପରିବର୍ତ୍ତନ ହେବାର ଅନୁମାନ କରାଯାଉଛି । ଏଥିରେ ସ୍ମାର୍ଟ ଆମ୍ବୁଲାନ୍ସ, ଡାଟା ସ୍ପିଡ୍, ସ୍ପିଡ ଭିଡିଓ ଭଳି ସୁବିଧା ମିଳିବ । ଏହାସହିତ କ୍ଲାଉଡ ଗେମିଙ୍ଗ ।
ଏହି ୫ଜି ସେବା ବର୍ତ୍ତମାନ ୧୦ ରୁ ୧୫ ସହରରେ ଉପଲବ୍ଧ ହେବ । ଏହାପରେ ୧୨ ରୁ ୧୮ ମାସ ମଧ୍ୟରେ ସାରା ଦେଶରେ ଉପଲବ୍ଧ ହେବ ୫ଜି ।
ନିର୍ମାଣ ଏବଂ ଉତ୍ପାଦକତା ରେ ସୁଧାର ସହିତ ମାନବୀୟ ଭୁଲ କୁ କମ କରିବା ପାଇଁ ୫ଜି ଉପଯୋଗ କରାଯାଇପାରେ । ଏକ ରିପୋର୍ଟ ମୁତାବକ, ଭାରତରେ ୫ଜି ଗ୍ରାହକଙ୍କ ସଂଖ୍ୟା ୨୦୨୭ ଶେଷ ସୁଦ୍ଧା ୫୦ କୋଟି ଯାଏଁ ପହଁଚିପାରେ ।