ଭଦ୍ରକ (ଏଟିଆର ବ୍ୟୁରୋ): ଆଜି ଅଗ୍ନି-୩ କ୍ଷେପଣାସ୍ତ୍ରର ବ୍ୟବହାରିକ ପରୀକ୍ଷଣ କରାଯିବ । ଏହି ପରୀକ୍ଷଣଟି ଭଦ୍ରକର ଅବଦୁଲ କଲାମ ଦ୍ୱୀପ ଅନ୍ତର୍ଗତ ୪ ନମ୍ବର ଲଞ୍ଚପ୍ୟାଡରୁ ପରୀକ୍ଷା କରାଯିବ । ଏଥିପାଇଁ ଉଭୟ ଭାରତୀୟ ସେନାର ଷ୍ଟ୍ରାଟେଜିକ ଫୋର୍ସ କମାଣ୍ଡ ଓ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ତେବେ ଏହି କ୍ଷେପଣାସ୍ତ୍ରର ଲମ୍ବ ୧୭ମିଟର ରହିଥିବା ବେଳେ ଏହାର ଓଜନ ୨୨ହଜାର କିଲୋଗ୍ରାମ ଓ ମୋଟାଇ ୨ମିଟର ରହିଛି ।
ଏହି ଅଗ୍ନି-୩ରେ ପାରମ୍ପରିକ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ୨ହଜାର ୨୫ ଶହ କିଲୋମିଟର ପର୍ଯ୍ୟନ୍ତ ରହିଛି । ତେବେ ଏହା ସେକେଣ୍ଡ ପିଛା ୬ ହଜାର କିଲୋମିଟର ବେଗରେ ଗତି କରିବ । ଏହି କ୍ଷପଣାସ୍ତ୍ରକୁ ରେଳ ମୋବାଇଲ ଲଞ୍ଚରୁ ମଧ୍ୟ ଉତକ୍ଷେପଣ କରାଯାଇପାରିବ । ଏହା ଶତ୍ରୁପକ୍ଷର ୩୫ଶହ କିଲୋମିଟରରୁ ୫ହଜାର କିଲୋମିଟର ମଧ୍ୟରେ ପ୍ରବେଶ କରି ଶତୃ ପକ୍ଷକୁ ଟାର୍ଗେଟ କରିବାର କ୍ଷମତା ରଖିଛି ।