ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନୂତନ ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମକୁ ଲଞ୍ଚ କରି ଦେଶକୁ ଚକିତ କରିଛି ଆମାଜନ । ଏହି ବାୟୋମେଟ୍ରିକ ପେମେଣ୍ଟ ସିଷ୍ଟମର ନାମ ଆମାଜନ ୱାନ ରଖାଯାଇଛି । ଆପଣଙ୍କ ହାତକୁ କେବଳ ଆମାଜନ ୱାନ ସ୍କାନର ଉପରକୁ ନେଇଯିବେ ଏବଂ ସେଥିରେ ଲାଗିଥିବା ସେଂସର ଆପଣଙ୍କୁ ଯେକୌଣସି ପ୍ରକାରର ପେମେଣ୍ଟ କରିବାକୁ ସାହାଯ୍ୟ କରିବ । ସମସ୍ତ ପ୍ରକାରର କଣ୍ଟାକ୍ଟଲେସ ପେମେଣ୍ଟଆପଣଙ୍କ ହାତ ସ୍କାନ କରିକି ହିଁ ହେବ । ଆମାଜନର କହିବାନୁଯାୟୀ ଏହି ଟେକନିକ୍ କୁ ଅଫିସ ଏବଂ ଷ୍ଟାଡିୟମ ଏଣ୍ଟ୍ରି କରିବା ପାଇଁ ବି ଉପଯୋଗ କରାଯାଇ ପାରିବ ।
ଆମାଜନର ଉପାଧ୍ୟକ୍ଷ ଦିଲୀପ କୁମାର କହିଛନ୍ତି କି, ଏହି ସିଷ୍ଟମ ଲୋକଙ୍କ ପାଇଁ ଫାଷ୍ଟ, ସିକ୍ୟୋର ଏବଂ ବିଶ୍ୱସନୀୟ ପ୍ରମାଣିତ ହେବ । ଯେକୌଣସି ପ୍ରକାରର ପେମେଣ୍ଟ ପାଇଁ ଆମାଜନ ୱାନ କେବଳ ହାତର ବ୍ୟବହାର କରିଥାଏ । ଗୋଟେ ଥର ଆପଣଙ୍କ ହାତ ଏଥିରେ ରେଜିଷ୍ଟର ହୋଇଗଲା ମାତ୍ରେ ହିଁ ଆପଣ କେବଳ ହାତ ଦେଖାଇ ହିଁ ପେମେଣ୍ଟ କରି ପାରିବେ । ଏଣିକି ସପି୍ଙ୍ଗ କରିବା ସମୟରେ ବି କୌଣସି କାର୍ଡ ଆପଣଙ୍କ ପାଖରେ ରଖିବା ଉଚିତ୍ ନୁହେଁ କେବଳ ହାତକୁ ସ୍କାନ କରି ଆପଣ ସପିଙ୍ଗ କରି ପାରିବେ । ଏହି ନୂତନ ସିଷ୍ଟମକୁ ନେଇ ଏବେ ଗ୍ରାହକଙ୍କ ଫିଡବ୍ୟାକ ନିଆଯାଉଛି ।