ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମାଜନର ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ଲଞ୍ଚ ହେବାର ଦୁଇ ବର୍ଷ ନପୁରୁଣୁ ଗୁରୁବାର ଆମାଜନ ଇଣ୍ଡିଆ କହିଛି କି, ଅଗଷ୍ଟ ୨୦୨୩ ରୁ ଦେଶରେ ହାଇ-ସ୍କୁଲ ଛାତ୍ରଙ୍କ ପାଇଁ ଅନଲାଇନ ଲର୍ଣ୍ଣିଂ ପ୍ଲାଟଫର୍ମ ବନ୍ଦ କରାଯିବ ।
ଅବଶ୍ୟ କମ୍ପାନୀ କହିଛି କି,ଗ୍ରାହକଙ୍କ ନିକଟରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ଏକ ବର୍ଷର ବିସ୍ତାରିତ ଅବଧି ପାଇର୍ ଅନଲାଇନ ପୂଣ୍ୟ ପାଠ୍ୟକ୍ରମ ସାମଗ୍ରୀ ପହଁଚାଇ ଦିଆଯିବ । ତେବେ ଯେଉଁମାନେ ଫିସ୍ ଦେଇ ଦେଇଛନ୍ତି ତେବେ ସେମାନଙ୍କର କଣ ହେବ ଆସନ୍ତୁ ଜାଣିବା ।
କିଛି ଲୋକ ଏଭଳି ରହିଛନ୍ତି ଯେଉଁମାନେ ପୁରା ସେସନ୍ ର ଫିସ୍ ଭରି ଦେଇଛନ୍ତି । ଏହାକୁ ନେଇ ଇ-କମର୍ସ ର ଦିଗଜ କହିଛନ୍ତି ଯେ ବର୍ତ୍ତମାନର ଏକାଡେମିକ୍ ଅଧିବେଶନରେ ନାମ ଲେଖାଇଥିବା ଲୋକଙ୍କ ସମ୍ପୂର୍ଣ୍ଣ ଫି ଫେରସ୍ତ କରାଯିବ। କରୋନୋଭାଇରସ୍ ମହାମାରୀ ସମୟରେ ଭର୍ଚୁଆଲ୍ ଲର୍ନିଂରେ ଏହି ପ୍ଲାଟଫର୍ମ ଆରମ୍ଭ କରାଯାଇଥିଲା । ଆମାଜନ ଏକାଡେମୀ ଜେଇଇ ସହିତ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନଲାଇନ୍ କୋଚିଂ ପ୍ରଦାନ କରେ, ଯାହା ସମଗ୍ର ଭାରତର ଟପ୍ ଇଞ୍ଜିନିୟରିଂ କଲେଜରେ ପ୍ରବେଶ କରିବାକୁ ଅନୁମତି ଦିଏ ।