ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ହ୍ୱାଟ୍ସଆପ୍ ର ନୂତନ ଫିଚର ବାୟୋମେଟ୍ରିକ ସ୍କାନିଙ୍ଗ ସପୋର୍ଟ ଉପରେ କାମ କରିବାର ଚର୍ଚ୍ଚା ହେଉଛି । ଯାହାଦ୍ୱାରା ୱେବରେ ଏହାର ଉପଯୋଗ ଆହୁରୀ ଅଧିକ ସୁରକ୍ଷା ସହିତ କରାଯିବ । ୱେବସାଇଟ ହ୍ୱାଟ୍ସଆପ୍ ବିଟାଇଂଫୋ ମୁତାବକ, ଏଥିପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି କମ୍ପାନୀ । ଯେଉଁମାନେ ଏହାକୁ ଅଧିକ ସୁରକ୍ଷିତ କରିବାର ଦିଗ ଉପରେ କାମ କରୁଛନ୍ତି ।
ଋିପୋର୍ଟ ମୁତାବକ, ସେଥିପାଇଁ ୟୁଜର୍ସଙ୍କୁ ସର୍ବପ୍ରଥମେ ନିଜ ସ୍ମାର୍ଟଫୋନରେ ହ୍ୱାଟ୍ସଆପ୍ କୁ ଓପନ୍ କରିବାକୁ ହେବ ଏବଂ ନିଜ କମ୍ପ୍ୟୁଟରରେ ଏହାକୁ ଖୋଲିବା ପାଇଁ ଫିଙ୍ଗରପ୍ରିଣ୍ଟ ସ୍କାନ୍ କରିବା ପ୍ରକ୍ରିୟା ଦେଇ ଯିବାକୁ ପଡିବ । ହ୍ୱାଟ୍ସଆପ୍ ୱେବ ରେ ଲଗଇନ୍ କରିବାର ଏହି ପ୍ରକ୍ରିୟା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ ।