ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଜୁଲାଇ ୧ ରୁ ପେମେଣ୍ଟ ଏଗ୍ରିଗେଟର, ପେମେଣ୍ଟ ଗେଟୱେ କିମ୍ବା ମାର୍ଚାଣ୍ଟ ନିଜ ଗ୍ରାହକଙ୍କ ଡେବିଟ ଏବଂ କ୍ରେଡିଟ କାର୍ଡର ଡାଟା ଷ୍ଟୋର କରିପାରିବ ନାହିଁ । ଜୁନ୍ ୩୦ ପରେ ସମସ୍ତ ଅନଲାଇନ ପୋର୍ଟାଲ ଠୁ ନେଇ ଟ୍ରେଡର୍ସଙ୍କୁ ଗ୍ରାହକଙ୍କ ଡେବିଟ-କ୍ରେଡିଟ କାର୍ଡର ଡାଟା ଡିଲିଟ କରିବାକୁ ହେବ । ପୂର୍ବରୁ ଏହି ନିୟମ ଜାନୁଆରୀ ୧ ୨୦୨୨ ରୁ ଲାଗୁ ହେବାକୁ ଥିଲା କିନ୍ତୁ କାର୍ଡ ଟୋକୋନାଇଜେସନ ଡେଡଲାଇନକୁ ଜୁନ୍ ୩୦ ୨୦୨୨ ଯାଏଁ ଘୁଞ୍ଚାଇ ଦେଇଥିଲା । ସେହିକ୍ରମରେ ଜୁଲାଇ ୧ରୁ ନୂତନ ନିୟମ ଲାଗୁ ହେବ । ଜୁଲାଇ ପହିଲାରୁ ପେମେଣ୍ଟ ଏଗ୍ରିଗେଟର, ପେମେଣ୍ଟ ଗେଟୱେ ବା ମର୍ଚାଣ୍ଟକୁ ଗ୍ରାହକଙ୍କ କାର୍ଡର ଡାଟା ଡିଲିଟ କରିବାକୁ ହେବ । ସମସ୍ତ ପେମେଣ୍ଟ ସିଷ୍ଟମକୁ ଜୁନ୍ ୩୦ ଯାଏଁ ସମୟ ଦେଇଛି ଆରବିଆଇ ।
ଜୁଲାଇ ପହିଲାରୁ ଆମାଜନ, ଫ୍ଲିପକାର୍ଟ ରେ ଶପିଂ କରିବା ବା ନେଟଫ୍ଲିକ୍ସ, ଡିଜନୀ ପ୍ଲସ ହଟଷ୍ଟାରକୁ ରିଚାର୍ଜ କରିବା ପାଇଁ ଗ୍ରାହକଙ୍କ ପ୍ରତ୍ୟକ ଟ୍ରାଞ୍ଜାକ୍ସନ କରିବା ଉପରେ ୧୬ ଡିଜିଟ ବିଶିଷ୍ଟ ଡେବଟ-କ୍ରେଡିଟ କାର୍ଡ ନଂ , ଏକ୍ସପାୟରୀ ଡେଟ୍, କାର୍ଡ ଭେରିଫିକେସନ ଭ୍ୟାଲ୍ୟୁକୁ ବାରମ୍ବାର ଟାଇପ କରିବାକୁ ହେବ ।
ଆରବିଆଇ ର କାର୍ଡ ଟୋକୋନାଇଜେସନ ନିୟମ ଲାଗୁ ହେବା ପରେ ମର୍ଚାଣ୍ଟ ଏବଂ ପେମେଣ୍ଟ ଗେଟୱେକୁ ନିଜ ସର୍ଭରରେ ଷ୍ଟୋର କରାଯାଇଥିବା ଗ୍ରାହକଙ୍କ କାର୍ଡର ଡାଟା ଡିଲିଟ କରିବାକୁ ହେବ । ଏହାର ଅର୍ଥ ମର୍ଚାଣ୍ଟ ୱେବସାଇଟରେ ପେମେଣ୍ଟ କରିବା ପାଇଁ ଗ୍ରାହକଙ୍କୁ କାର୍ଡର ପୁରା ବିବରଣୀ ଦାଖଲ କରିବାକୁ ହେବ ।
ଟୋକୋନାଇଜେସନ କଣ?
ବର୍ତ୍ତମାନର ନିୟମ ମୁତାବକ,୧୬ ଡିଜିଟ କାର୍ଡ , କାର୍ଡର ଏକ୍ସପାୟରୀ ଡେଟ୍, ସିଭିଭି ଏବଂ ଓଟିପି ଅଧାରରେ ନେଣ ଦେଣ ର ଟ୍ରାଞ୍ଜାକ୍ସନକୁ ପୁରା କରାଯାଇଥାଏ ।