ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଲକ୍ଷାଧିକ ଟିକଟକ୍ ପ୍ରେମୀଙ୍କୁ ଦେଖିବାକୁ ମିଳିଥିଲା, ସେମାନେ ସେମାନଙ୍କର କଳାକୁ ଏହି ଟିକଟକ୍ ପ୍ଲାଟଫର୍ମରେ ପ୍ରଦର୍ଶିତ କରୁଥିଲେ । କିନ୍ତୁ ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ ଟିକଟକ୍ ସମ୍ପୂର୍ଣ୍ଣ ବ୍ୟାନ କରିଦିଆଯାଇଛି । ମାତ୍ର ଏବେ ଟିକଟକ ଭଳି ଫେସବୁକ ତାର ଆପ୍ ରେ ଶର୍ଟ ଭିଡିଓ ଫିଚର ଆଣିବାକୁ ଯାଉଛି । ବର୍ତ୍ତମାନ ଏହାର ଟେଷ୍ଟିଙ୍ଗ ଚାଲିଛି । ଏହି ଫିଚର ପାଇଁ ଆପ୍ ରେ ଅଲଗା ସେକ୍ସନ ଦିଆଯିବ । ଯେଉଁଥିରେ ଏକ କ୍ରିଏଟ ବଟନ ରହିବ ।
ଫେସବୁକ ଆପ୍ ରେ ୟୁଜର୍ସ କ୍ରିଏଟ ବଟନ ରେ କ୍ଲିକ କରିବା ଦ୍ୱାରା ଆପ୍ ର କ୍ୟାମେରା ଅନ୍ ହୋଇଯିବ । ଯେଉଁଥିରେ ଭିଡିଓ ସୁଟ୍ କରାଯାଇ ପାରିବ । ଭିଡିଓ କ୍ରିଏଟ କରିବା ବ୍ୟତିତ ଆପଣ ଅନ୍ୟ ୟୁଜର୍ସର ଭିଡିଓ ବି ଦେଖି ପାରିବେ । ଫେସବୁକ୍ ପକ୍ଷରୁ ଏକ ବୟାନରେ କୁହାଯାଇଛି କି, ଆଜିକାଲି ସର୍ଟ ଭିଡିଓ ଖୁବ୍ ଲୋକପ୍ରିୟ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ଆମେ ଏହି ଫିଚର ଆଣିବା ପାଇଁ ନିଷ୍ପତି ନେଇଛୁ ।
ଭାରତ-ଚୀନ ସୀମା ବିବାଦକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଚୀନ୍ ଆପ୍ସ ଗୁଡିକୁ ଭାରତରେ ବ୍ୟାନ କରାଯାଇଥିଲା । ଯେଉଁଥିରେ ଟିକଟକ୍ ସାମିଲ ଥିଲା । ଏହି ଟିକଟକି ଭାରତରେ ଖୁବ୍ ଲୋକପ୍ରିୟ ଥିଲା । ସେହିପରି ଫେସବୁକ ରେ ବି ଭାରତରେ ଲକ୍ଷାଧିକ ୟୁଜର୍ସ ଅଛନ୍ତି, ସେଥିପାଇଁ କମ୍ପାନୀ ଏଭଳି ଫିଚର ଆଣିବାକୁ ନିଷ୍ପତି ନେଇଛି ।