ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭିଡିଓ କନଫରେନସିଙ୍ଗ ଆପ୍ ଜୁମ୍ ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ଟକ୍କର ଦେବା ଲାଗି ଫେସବୁକ୍ ତାର ମେସେଜିଙ୍ଗ ଆପ୍ ରେ ନୂତନ ରୁମ୍ ଫିଚର ସାମିଲ କରିଛି । ଏହା ସହାୟତାରେ ଫେସବୁକ୍ ମେସେଞ୍ଜର ଜରିଆରେ ଏକା ସାଥୀରେ ୫୦ ଲୋକ ଭିଡିଓ କଲ୍ କରିପାରିବେ । ସବୁଠାରୁ ଖାସ୍ ହେଉଛି ମେସେଞ୍ଜର ରୁମ୍ ଭିଡିଓ କଲିଂରେ ଯେକୌଣସି ବ୍ୟକ୍ତି କେବଳ ଗୋଟେ ଇନଭାଇଟ୍ ଲିଙ୍କ ରେ ସାମିଲ ହୋଇ ପାରିବେ । ସେ ଫେସବୁକ୍ ବ୍ୟବହାର କରନ୍ତୁ ବା ନକରନ୍ତୁ ।
ଜୁମ୍ ଆପ୍ ଭଳି ମେସେଞ୍ଜର ରୁମ୍ ରେ ସମସ୍ତ ପ୍ରକାରର ଫିଚର୍ସ ରହିଛି । ଯେଉଁଥିରେ ଏଆର ଇଫେକ୍ଟସ ବି ସାମିଲ ଅଛି । ଏହାବ୍ୟତିତ କ୍ରିଏଟର୍ସ ପାଖରେ ବିକଳ୍ପ ରହିବ କି କାହାକୁ ସାମିଲ କରିବାର ଅଛି ଆଉ କାହାକୁ ନାହିଁ ।
ଏହି ମେସେଞ୍ଜର ରୁମ୍ ର ବ୍ୟବହାର ବହୁତ ସହଜ । ଆପଣ ଯେଉଁଭଳି ଫେସବୁକ୍ ମେସେଞ୍ଜରରେ ଗ୍ରୁପ୍ ତିଆରି କରୁଛନ୍ତି, ଠିକ୍ ସେହିପରି ଏହି ରୁମ୍ କୁ ବି ତିଆରି କରି ପାରିବେ ।