ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପ୍ରତିବର୍ଷ ଗୁଗୁଲ ନିଜର ସବୁ ଇଭେଣ୍ଟ ଠାରୁ ଗୋଟିଏ ବଡ ଡେଭଲ୍ପରସ୍ କନଫରେନ୍ସ କରିଥାଏ । ପୁରା ବର୍ଷରେ ଏହି କନଫରେନ୍ସ ଗୁଗୁଲର ସବୁଠାରୁ ବଡ ଇଭେଣ୍ଟ ହୋଇଥାଏ ।
କିନ୍ତୁ ଚଳିତବର୍ଷ ଗୁଗୁଲ ତାର ଏହି କନଫରେନ୍ସ କରିବ ନାହିଁ । ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ ପାଇଁ ଗୁଗୁଲ ନିଜର ଏହି ଇଭେଣ୍ଟ କୁ କ୍ୟାନ୍ସଲ କରିଛି ।
ତେବେ ଗୁଗୁଲର ଏହି କନଫରେନ୍ସ ମଇ ୧୨ରୁ ମଇ ୧୪ ପର୍ଯ୍ୟନ୍ତ ହେବାର ଥିଲା । ଏହି ଇଭେଣ୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥାଏ ।
କନଫରେନ୍ସରେ ଗୁଗୁଲର ଆଗକୁ ଲଞ୍ଚ ହେବାକୁ ଥିବା ଆଣ୍ଡ୍ରଏଡ ବର୍ଜନ ବିଷୟରେ ଲୋକଙ୍କୁ ଜଣାଇଥାଏ । ଏଥି ସହିତ ଏହି କନଫରେନ୍ସରେ ଗୁଗଲର ହାର୍ଡୱେର ଡିଭାଇସକୁ ମଧ୍ୟ ପଦର୍ଶିତ କରାଯାଏ ।
କରୋନା ଭାଇରସ ପାଇଁ ଏବର୍ଷର ଅନେକ ବଡ ବଡ ଇଭେଣ୍ଟ ସବୁ ଆଗୁଆ କ୍ୟାନ୍ସଲ କରାଯାଉଛି ।