ଭୁବନେଶ୍ୱର(ଏଟିଆର ବ୍ୟୁରୋ): Google ଲୋକପ୍ରିୟ To Tok ଆପ୍ କୁ ନିଜ ପ୍ଳେଷ୍ଟୋରରୁ ହଟାଇ ଦେଇଛି । ସୂଚନା ଅନୁସାରରେ ଏହି To Tok ଆପ୍ ଦ୍ୱାରା ଦୁବାଇ ସରକାର ଲୋକମାନଙ୍କ ବ୍ୟକ୍ତିଗତ ଡାଟା ଚୋରି କରୁଥିଲା । ଯାହାଦ୍ୱାରା ସେ To Tok ୟୁଜ୍ କରୁଥିବା ଲୋକମାନଙ୍କୁ ଅତି ସହଜରେ ଟ୍ରାକ୍ କରିପାରୁଥିଲା ।
ଦୁବାଇରେ ନିର୍ମିତ To Tok ଆପ୍ ଖୁବ୍ କମ ସମୟରେ ଅତି ଲୋକପ୍ରିୟ ହୋଇଥିଲା । ଏହି ଆପ୍ ଟି ଏକ ମେସେଜିଙ୍ଗ ଆପ୍ ଯାହା ଦ୍ୱାରା ସହଜରେ ମେସେଜ ସହିତ ଭଏସ କଲ ଓ ଭିଡିଓ କଲ ମଧ୍ୟ କରି ହେଉଥିଲା । To Tok ଆପ୍ ଏସିଆ, ଆଫ୍ରିକା ଓ ନର୍ଥ ଆମେରିକାରେ ସବୁଠାରୁ ଅଧିକ ବ୍ୟବହୃତ ହେଉଥିଲା ।
ନ୍ୟୁୟର୍କର ଏକ ଯାଞ୍ଚ ଟିମର ସୂଚନା ଅନୁଯାଇ To Tok ଆପ୍ କୁ ତିଆରି କରିଥିବା କମ୍ପାନୀ ‘ବ୍ରିଜ୍ ହୋଲ୍ଡିଙ୍ଗ୍’, ଅବୁଧାବିର ଏକ ସାଇବର ଇଣ୍ଟେଲଜେନ୍ସି ଓ ହ୍ୟାକିଙ୍ଗ କମ୍ପାନୀ ‘ଡାର୍କ ମେଟର’ ସହିତ ମିଶି କାମ କରୁଥିଲା । ଡାର୍କ ମେଟର ପ୍ରଥମରୁ ହିଁ ଡାଟା ଚୋରି ଓ ସାଇବର ହ୍ୟାକିଙ୍ଗ ପାଇଁ ଏଫବିଆଇ ନଜରରେ ଅଛି ।