ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତର ଅଧିକାଶଂ ଲୋକ ଗୁଗୁଲ କ୍ରୋମର ବ୍ୟବହାର କରୁଛନ୍ତି । କିନ୍ତୁ ଯଦି ଆପଣ ଗୁଗୁଲ କ୍ରୋମ ୱେବ ବ୍ରାଉଜରର ଏକ୍ସଟେନସନ ବ୍ୟବହାର କରୁଛନ୍ତି ତାହାଲେ ଆପଣଙ୍କ ବ୍ୟକ୍ତିଗତ ଡାଟା ଚୋରି ହୋଇପାରେ ।
ଏଥିପାଇଁ ଗୁଗୁଲ ନିଜ ୱେବ ଷ୍ଟୋରରୁ ପ୍ରାୟ ୫୦୦ରୁ ଅଧିକ ଏକ୍ସଟେନସନ ଆପ୍ ହଟାଇ ଦେଇଛି । ଏହି ଏକ୍ସଟେନସନ ଆପ୍ ଗୁଡିକ ଲୋକବାନଙ୍କର ବ୍ୟକ୍ତିଗତ ଡାଟା ଚୋରି କରୁଥିଲେ ।
ସୁଚନା ଅନୁସାରେ ଗୁଗୁଲ ୱେବ ଷ୍ଟୋରରେ କ୍ରୋମ ୱେବ ବ୍ରାଉଜର ଏକ୍ସଟେନସନ ଆପ୍ ଗତବର୍ଷ ଜାନୁଆରୀ ମାସରୁ ଉପଲବ୍ଧ ହୋଇଥିଲା । କିନ୍ତୁ ଏହି ଆପ୍ ୨୦୧୭ମସିହାରୁ ଅପ୍ରେଟ ହୋଇ ଆସୁଛି ।
ଗୋଟିଏ ଇନଭେଷ୍ଟିଗେସନ ଦ୍ୱାରା ଏହି ସବୁ ତଥ୍ୟର ପର୍ଦାଫାସ ହୋଇଛି । ଗୁଗୁଲ ୱେବ ଷ୍ଟୋରରେ ଏମିତି ୭୦ଟି ଏକ୍ସଟେନସନ ଆପ ରହିଛି ଆଉ ଏହି ଆପ୍ ଗୁଡିକର ୧୭ଲକ୍ଷରୁ ଅଧିକ ଇନଷ୍ଟଲେସନ ହୋଇଛି ।