ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନେକ ସମୟରେ ହ୍ୱାଟ୍ସଆପ ଫଟୋକୁ ନେଇ ଅଭିଯୋଗ ଆସିଥାଏ । ହ୍ୱାଟ୍ସଆପରେ ପଠା ଯାଉଥିବା ଫଟୋର କ୍ୱାଲିଟି ଖରାବ ହୋଇଯାଉଛି । ଏଥିପାଇଁ ଆପଣଙ୍କୁ ସେଟିଙ୍ଗସରେ କିଛି ପରିବର୍ତ୍ତନ କରି ଫଟୋ ସେଣ୍ଡ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା
ହ୍ୱାଟ୍ସଆପରେ ନିମ୍ନ ମାନର ଫଟୋ ପଠାଇବାର କାରଣ ହେଉଛି ଏହାର ଡିଫଲ୍ଟ ଫିଚର୍ସ । ଯେଉଁ କାରଣରୁ ଯଦି ଆପଣ କାହାକୁ ଫଟୋ ପଠାଉଛନ୍ତି, ତେବେ ଡାଟା ସେଭର୍ ଫିଚର୍ସ ହେତୁ ସେହି ଫଟୋଗୁଡ଼ିକର ପ୍ରାପ୍ତକର୍ତ୍ତା ସର୍ବନିମ୍ନ ପରିମାଣର ତଥ୍ୟ ପାଇଥା’ନ୍ତି । ଯାହାକୁ ଲୋକମାନେ ହ୍ୱାଟ୍ସଆପର ଏକ ବଡ଼ ଅସୁବିଧା ବୋଲି କୁହନ୍ତି । କିନ୍ତୁ ବର୍ତ୍ତମାନ ହ୍ୱାଟ୍ସଆପ୍ ଏହି ଅଭାବକୁ ଦୂର କରିବାକୁ ଚେଷ୍ଟା କରିଛି। ଏଥିପାଇଁ ଆପଣଙ୍କୁ ଆପଣଙ୍କ ଫୋନରେ ଉପସ୍ଥିତ ହ୍ୱାଟ୍ସଆପ ରେ କିଛି ଆବଶ୍ୟକୀୟ ପରିବର୍ତ୍ତନ କରିବାକୁ ପଡିବ ।
ସେଥିପାଇଁ ଆପଣଙ୍କୁ ହ୍ୱାଟ୍ସଆପ ଖୋଲିବା ପରେ ଡାହାଣ ପାଖରେ ଥିବା ୩ଟି ଡଟ୍ ଉପରେ କ୍ଲିକ କରିବାକୁ ହେବ । ଆପଣଙ୍କୁ ଅନେକ ଅପ୍ସନ ନଜରକୁ ଆସିବ । କିନ୍ତୁ ଏଥିରେ ଆପଣଙ୍କୁ ସେଟିଙ୍ଗ ଅପ୍ସନକୁ ଚୟନ କରିବାକୁ ହେବ । ସେଟିଙ୍ଗରେ ଯିବା ଦ୍ୱାରା ଷ୍ଟୋରେଜ ଏବଂ ଡାଟା ଅପ୍ସନରେ ଫଟୋ ଅପଲୋଡ କ୍ୱାଲିଟିର ଅପ୍ସନ ଦେଖାଯିବ । ଏହା ଉପରେ ଆପଣ କ୍ଲିକ କଲେ ଏକ ୱିଣ୍ଡ ଖୋଲିବ ଯେଉଁଥିରେ ଆପଣଙ୍କୁ ତିନୋଟି ଅପ୍ସନ ମିଳିବ ।
ପ୍ରଥମ ଅପ୍ସନ ଅଟୋ । ଯାହା ଡିଫଲ୍ଟ ରହିଥାଏ । ଏହାପରେ ଦୁଇଟି ଅପ୍ସନ ଡାଟା ସେଭର ଏବଂ ବେଷ୍ଟ କ୍ୱାଲିଟି । ଆପଣ ବେଷ୍ଟ କ୍ୱାଲିଟି ଉପରେ କ୍ଲିକ କରି ଫଟୋ ସେଣ୍ଡ କରିପାରିବେ ।