ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପ୍ରଥମ ସ୍ୱଦେଶୀ ସୋସିଆଲ ମିଡିଆ ଆପ୍ ଆଜି ଲଞ୍ଚ ହୋଇଛି । ଏହାକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଲଞ୍ଚ କରିଛନ୍ତି । ଏହି ଅବସରରେ ଆର୍ଟ ଅଫ୍ ଲିଭିଙ୍ଗ ର ସଂସ୍ଥାପକ ଶ୍ରୀ ଶ୍ରୀ ରବିଶଙ୍କର ଉପସ୍ଥିତ ଥିଲେ ।ଏହି ଆପ୍ କୁ ଏବେ ୟୁଜର୍ସ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରିପାରିବେ ।
ଲଞ୍ଚ ହେବାର କିଛି ଘଣ୍ଟା ମଧ୍ୟରେ ଏହି ଆପ୍ କୁ ଲକ୍ଷାଧିକ ଲୋକ ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ କରି ସାରିଲେଣି । ଏହି ଆପ୍ ରେ ପ୍ରଥମେ ୮ ଟି ଭାଷା ଉପଲବ୍ଧ ଅଛି । ଏହାସହିତ ଏଥିରେ ଅଡିଓ-ଭିଡିଓ କଲିଂ ସେବା ମଧ୍ୟ ଉପଲବ୍ଧ ଅଛି । ଏହି ଆପ୍ ର ମୁଖ୍ୟ ଉଦ୍ଦ୍ୟେଶ ସୋସିଆଲ ମିଡିଆ ଆପ୍ସର ଫିଚର୍ସକୁ ଯୋଡି ଏକ ଆପ୍ ଉପଲବ୍ଧ କରାଇବା ।
ସବୁଠାରୁ ବଡ କଥା ହେଉଛି ସୋସିଆଲ ମିଡିଆରେ ଡାଟା ପ୍ରାଇଭେସିକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ । ଏହି ମାମଲାରେ ବଡ ବଡ ବିଦେଶୀ କମ୍ପାନୀ ବି ଫେଲ ମାରିଛନ୍ତି । ସେଥିପାଇଁ ଏହି ସୋସିଆଲ ମିଡିଆ ଆପ୍ ରେ ଡାଟା ପ୍ରାଇଭେସିକୁ ଆଗରେ ରଖାଯାଇଛି । ଏଥିରେ ୟୁଜର୍ସଙ୍କ ଡାଟା ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ।