ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭାରତର ସବୁଠାରୁ ବଡ ଟେଲିକମ କମ୍ପାନୀ ରିଲିଆନ୍ସ ଜିଓ ହାତ ମିଶାଥଛି ଇନଫିନିକ୍ସ । ଏହି ଡିଲ୍ ମୁତାବକ କମ୍ପାନୀ ତାର ପ୍ରଥମ ୫ଜି ସ୍ମାର୍ଟଫୋନ ଲଞ୍ଚ କରିବ । ଏହାବ୍ୟତିତ ଏହି ଫୋନରେ ୫ଜି ଟ୍ରେଲ୍ସର ସଂଚାଳନ ଦୁଇଟି କମ୍ପାନୀ ମିଳିତ ଭାବେ କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ ଅନେକ ପରୀକ୍ଷଣ ପରେ ପ୍ରଥମ ୫ଜି ସ୍ମାର୍ଟଫୋନ ଜିରୋ ୫ଜି ଡାଉନଲୋଡିଂ ସ୍ପିଡରେ ସଫଳ ପରିଣାମ ପ୍ରାପ୍ତ କରିଛି ।
ଇନଫିନିକ୍ସ ଇଣ୍ଡିଆର ସିଇଓ ଅନୀଶ କପୁରଙ୍କ କହିବାନୁଯାୟୀ, ଟେକନିକ୍ ସହାୟତାରେ ଲକ୍ଷାଧିକ ଲୋକଙ୍କୁ ଦୁନିଆର ବାକି ଅଂଶ ସହ ଯୋଡା ଯାଇପାରେ ।