ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ନୂଆ ପାୱାରବ୍ୟାଙ୍କ କିଣିବାକୁ ଭାବୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଆବଶ୍ୟକ । ଆଜିକାଲିର ସମୟରେ ଲୋକେ ସାରା ଦିନ ସ୍ମାର୍ଟଫୋନରେ ଇଂଟରନେଟ ବ୍ୟବହାର କରିଥାନ୍ତି ଯାହାଫଳରେ ବ୍ୟାଟେରୀ ବହୁତ ଶୀଘ୍ର ସରି ଯାଇଥାଏ । ଯଦି ଆପଣ ଘର ବାହାରେ ଥିବେ ତେବେ ସେଥିପାଇଁ ପାୱାରବ୍ୟାଙ୍କର ଆବଶ୍ୟକତା ପଡିଥାଏ । ଆଜି ଆମେ ଆପଣଙ୍କୁ କିଛି ଏଭଳି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ପାୱାରବ୍ୟାଙ୍କ କିଣିବା ସମୟରେ କାମ ଆସିପାରେ ।
– ପାୱାରବ୍ୟାଙ୍କ କିଣିବା ସମୟରେ ଧ୍ୟାନ ରଖିଥିବେ କି ପାୱାରବ୍ୟାଙ୍କର କ୍ଷମତା ଆପଣଙ୍କ ସ୍ମାର୍ଟଫୋନ ବ୍ୟାଟେରୀ କ୍ଷମତାଠାରୁ ୨.୫ ଗୁଣା ଅଧିକ ହୋଇଥିବ ।
– ଆଜିକାଲି ବଜାରରେ ଏଭଳି ପାୱାରବ୍ୟାଙ୍କ ଉପଲବ୍ଧ ଯାହା ଛୋଟ ୟୁଏସବି କର୍ଡ ସହିତ ଆସିଥାଏ । ଏଭଳି ପାୱାରବ୍ୟାଙ୍କରେ ଆପଣଙ୍କ ଫୋନ ଚାର୍ଜ କରିବାରେ ସମସ୍ୟା ହୋଇପାରେ । ସେଥିପାଇଁ ଏକ୍ସଟର୍ନାଲ ୟୁଏସବି କେବୁଲ ଲାଗିଥିବା ପାୱାରବ୍ୟାଙ୍କ କିଣନ୍ତୁ ।
– ପାୱାରବ୍ୟାଙ୍କ କିଣିବା ସମୟରେ ଆଉଟପୁଟ ଭୋଲଟେଜକୁ ଧ୍ୟାନରେ ରଖନ୍ତୁ । କାରଣ ଯଦି ପାୱାରବ୍ୟାଙ୍କର ଆଉଟପୁଟ ଭୋଲ୍ଟେଜ ଫୋନର ଆଉଟପୁଟ ଭୋଲଟେଜ ସମାନର ନହୁଏ ତେବେ ଫୋନର ବ୍ୟାଟେରୀକୁ କ୍ଷତି ପହଁଚିପାରେ । ଏହାବ୍ୟତିତ ଫୋନ ଠିକ୍ ଭାବେ ଚାର୍ଜ ହୁଏ ନାହିଁ । ବ୍ୟାକଅପ୍ ମଧ୍ୟ ରଖେ ନାହିଁ ।