ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଗ୍ରାହକଙ୍କ ଅନୁଭୁତିକୁ ଆହୁରୀ ଦୃଢ କରିବା ପାଇଁ ମେଟା ଦ୍ୱାରା ହ୍ୱାଟ୍ସଆପ୍ ରେ ଅନେକ ଫିଚର୍ସ ସାମିଲ କରାଯାଉଛି । ବର୍ତ୍ତମାନ ହ୍ୱାଟ୍ସଆପ୍ ବ୍ୟବହାର କେବଳ ବ୍ୟକ୍ତିଗତ କାମ ପାଇଁ ବ୍ୟବହରେ କରାଯାଉ ନାହିଁ ବରଂ ବ୍ୟବସାୟିକ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି । ଯାହାଫଳରେ ଏହାର ଚାହିଦା ଅଧିକ ବୃଦ୍ଧି ପାଉଛି । ଏବେ ସାମ୍ନାକୁ ଆସିଥିବା ଏକ ରିପୋର୍ଟ ଅନୁଯାୟୀ ହ୍ୱାଟ୍ସଆପ୍ ରେ ଏକ ନୂତନ ଫିଚର ସାମିଲ ହେବ ଯାହାଦ୍ୱାରା ଗ୍ରାହକ ଭଏସ ମେସେଜକୁ ବ୍ୟାକଗ୍ରାଉଣ୍ଡରେ ମଧ୍ୟ ଶୁଣି ପାରିବେ । ବର୍ତ୍ତମାନ ଭଏସ ମେସେଜକୁ ଶୁଣିବା ପାଇଁ ଗ୍ରାହକଙ୍କୁ ସେହି ଚାଟ୍ ରେ ରହିବାକୁ ପଡୁଛି ।
ସୂଚନାଯୋଗ୍ୟ ଏହି ନୂତନ ଫିଚର ଆସିବା ପରେ ହ୍ୱାଟ୍ସଆପ୍ ୟୁଜର୍ସଙ୍କୁ ବ୍ୟାକଗ୍ରାଉଣ୍ଡରେ ମଧ୍ୟ ଭଏସ ମେସେଜ ପ୍ଲେ କରିବାର ସୁବିଧା ମିଳିବ । ଯଦି ଆପଣଙ୍କୁ ଏବେ କେହି ଭଏସ ନୋଟ ପଠଉଛି ତାକୁ ଶୁଣିବା ପାଇଁ କ୍ଲିକ କରିବାକୁ ପଡିବ କିନ୍ତୁ ଅନ୍ୟ ଚାଟ୍ କୁ ଗଲା ପରେ ତାହା ବନ୍ଦ ହୋଇଯିବ । ମାତ୍ର ଏହି ନୂତନ ଫିଚର ଆସିବା ପରେ ଭଏସ ମେସେଜ ଚାଲିବା ସମୟରେ ଅନ୍ୟ ଚାଟ୍ କୁ ଗଲେ ମଧ୍ୟ ବ୍ୟାକଗ୍ରାଉଣ୍ଡରେ ଭଏସ ମେସେଜ ଚାଲିବ । ବର୍ତ୍ତମାନ ଏହି ଫିଚର ଉପରେ କାମ ଚାଲିଛି । ସର୍ବପ୍ରଥମେ ଏହାକୁ ଆଣ୍ଡ୍ରୋଏଡ ୟୁଜର୍ସ ପାଇଁ ଜାରି କରାଯିବ ।