ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ଦିନ ହେବ ଫେସବୁକ ଅନ୍ୟ ଆପ୍ସ ସହ ମର୍ଜ କରିବା ପାଇଁ ବିଚାର କରୁଛି । ଏହାସହିତ ଫେସବୁକ୍ ମେସେଞ୍ଜର, ଇଂଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ୍ କୁ ଯୋଡିବାକୁ ଚାହୁଁଛି କମ୍ପାନୀ । ସେହିପରି ଏବେ ଏକ ଅପଡେଟ ରେ ଫେସବୁକ୍ ତାର ମେସେଞ୍ଜର ଏବଂ ଇଂଷ୍ଟାଗ୍ରାମ ଚାଟ୍ କୁ ଇଂଟିଗ୍ରେଟ କରିପାରୁଛି । ଏହି ମର୍ଜର ଆମେରିକାରେ ଆରମ୍ଭ ହୋଇଯାଇଛି । ଏଠାରେ କିଛି ୟୁଜର୍ସ ନୂତନ ଅପଡେଟ୍ସ ସହିତ ଦୁଇଟି ଆପ୍ସ ର ଚାଟ୍ କୁ ଇଂଟିଗ୍ରେଟ କରି ପାରୁଛନ୍ତି ।
ରିପୋର୍ଟ ମୁତାବକ, ଇଂଷ୍ଟାଗ୍ରାମ ୟୁଜର୍ସ ଆପ୍ ଦ୍ୱାରା ହିଁ ଫେସବୁକ୍ ମେସେଞ୍ଜରକୁ ବ୍ୟବହାର କରି ପାରିବେ । ଆପ୍ ଅପଡେଟ ହେବା ପରେ ହିଁ ମେସେଞ୍ଜରକୁ ନିଜ ସହିତ ସାମିଲ କରିନେବ ଇଂଷ୍ଟାଗ୍ରାମ, ଏହାପରେ ଆପଣ ସ୍ୱାଇପ-ଆପ ରିପ୍ଲାଈ ଏବଂ ଅନ୍ୟ ଫିଚର୍ସ ର ସୁବିଧା ନେଇ ପାରିବେ । ଏହି ଅପଡେଟ ରେ ଚାରୋଟି ଜିନିଷ ନୂଆ ରହିଛି । ତାହା ହେଉଛି ଚାଟ୍ ପାଇଁ କଲରଫୁଲ ଲୁକ୍, ଇମୋଜି ରିଆକ୍ସନ, ମେସେଜ ପାଇଁ ସ୍ୱାଇପ ଟୁ ରିପ୍ଲାଇ ଏବଂ ଚାଟ୍ ୱିଥ ଫେସବୁକ୍ ଫ୍ରେଣ୍ଡସ । ଏଥିରେ ସବୁଠାରୁ ବଡ କଥା ହେଉଛି ଏବେ ଇଂଷ୍ଟାଗ୍ରାମରୁ ସିଧା ଫେସବୁକ୍ ସାଙ୍ଗ ମାନଙ୍କ ସହ ଚାଟ୍ କରି ପାରିବ ।
ଫେସବୁକ୍ ପକ୍ଷରୁ ଆଇଓଏସ ଏବଂ ଆଣ୍ଡ୍ରୋଏଡ ଦୁଇଟି ଡିଭାଇସ ପାଇଁ ଇଂଷ୍ଟାଗ୍ରାମର ମୋବାଇଲ ଆପ୍ ରେ ଏକ ଅପଡେଟ ଦିଆଯାଇଛି । ଏଥିରେ ଲେଖା ହୋଇଛି କି ଇଂଷ୍ଟାଗ୍ରାମରେ ମେସେଜ ପଠାଇବାର ନୂତନ ଉପାୟ । ଏଥିରେ ଅନେକ ନୂତନ ଫିଚର୍ସ ବି ମିଳିବ । ସେହିପରି ଭାରତୀୟ ୟୁଜର୍ସଙ୍କ ପାଇଁ ବି ଇଂଷ୍ଟାଗ୍ରାମରେ ନୂତନ ଅପଡେଟ ଦିଆଯାଇଛି ।