ଭାରତ ଆସିବାକୁ ଉଡାଣ ଭରିଲା ରାଫେଲ
ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଆଜି ଫ୍ରାନ୍ସରୁ ଉଡାଣ ଭରିଛି ରାଫେଲ । ଯାହା ଆସନ୍ତା ବୁଧବାର ଦିନ ହରିୟାଣାର ଆମ୍ବାଲାରେ ଅବତରଣ କରିବ । ୫ ଟି ବିମାନ ଆଜି ଫ୍ରାନ୍ସରୁ ଉଡାଣ ଆରମ୍ଭ କରିଛି । ତେବେ ଭାରତ ଆସିବାକୁ ଆଜି ଉଡାଣ ଭରିଥିବା ବିମାନ ମଧ୍ୟରେ ୩ ଟି ଡବଲ ସିଟର ବାଲା ରହିଥିବା ବେଳେ ୨ଟି ସିଙ୍ଗଲ ସିଟରବାଲା ବିମାନ ରହିଛିି ।
Rafale aircrafts maneuvered by the world’s best pilots, soar into the sky. Emblematic of new heights in India-France defence collaboration #ResurgentIndia #NewIndia@IAF_MCC @MeaIndia @rajnathsingh @Dassault_OnAir @DefenceMinIndia @PMOIndia@JawedAshraf5 @DDNewslive @ANI pic.twitter.com/FrEQYROWSv
— India in France (@Indian_Embassy) July 27, 2020
ଏନେଇ ଭାରତ ସରକାରଙ୍କ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ଏହି ବିମାନ ପ୍ରଥମେ ଫ୍ରାନ୍ସରୁ ୟୁଏଇ ଆସିବ ପରେ ସେଠାରୁ ଆସନ୍ତାକାଲି ଭାରତ ଉଡାଣ ଭରିବ । ତେବେ ଅତ୍ୟାଧୁନିକ ବିମାନକୁ ଲଦାଖ ସୀମାରେ ନିୟୋଜିତ କରାଯିବ । ଭାରତ ଓ ଚାଇନା ମଧ୍ୟରେ ଏବେ ପରିସ୍ଥିତି ଉତ୍ତେଜନା ଲାଗି ରହିଥିବାରୁ ଶତୃକୁ ମୁହଁ ତୋଡ ଜବାବ ଦେବାକୁ ଭାରତ ଏହାକୁ ଲଦାଖ ସୀମାରେ ନିୟୋଜିତ କରିବ । ପାଣିପାଗ ଯଦି ଆସନ୍ତା ୨୯ ରେ ଭଲ ରହିବ ତେବେ ଏହାକୁ ଭାରତୀୟ ବାୟୁସେନାରେ ସେଇଦିନ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି ।
"Beauty and the Beast"- #Rafale Fighter Aircraft. Ready to take off @MEAIndia @JawedAshraf5 @gouvernementFR @Dassault_OnAir @rajnathsingh @DefenceMinIndia @DDNewslive @ANI @DrSJaishankar @PMOIndia pic.twitter.com/TTAi6DHun7
— India in France (@Indian_Embassy) July 27, 2020
ଏନେଇ ଭାରତୀୟ ବାୟୁସେନାର ଏୟାର କ୍ରୁ ଟ୍ରେନିଂ ନେଇଛନ୍ତି । ଏହି ବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଭାରତୀୟ ସେନା ଅଧିକ ଶକ୍ତିଶାଳୀ ହେବ ବୋଳଇ ଆଶା କରାଯାଉଛି । ତେବେ ଏହି ବିମାନ ଆଜି ଫ୍ରାନ୍ସରୁ ଉଡାଣ ଭରିବା ବେଳର ଭିଡିଓ ଟ୍ୱିଟ କରାଯାଇଛି । ସୂଚନାଯୋଗ୍ୟ ଗତ ୨୦୧୬ ମସିହାରେ ୩୬ ବିମାନ କ୍ରୟ କରିବାକୁ ଫ୍ରାନ୍ସ ସହ ଚୁକ୍ତି କରିଥିଲା ଭାରତ ।